ଭଗବାନ ଶିବ ରୂପରେ ଇମ୍ରାନ ଖାଁ

0

ଇସାଲାମାବାଦ : ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ତଥା ରାଜନେତା ଇମ୍ରାନ ଖାଁଙ୍କୁ ହିନ୍ଦୁ ଦେବତା ଭଗବାନ ଶିବଙ୍କ ରୂପରେ ସଜ୍ଜିତ ଏକ ଫଟୋ ଏବେ ଦେଶର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗତ ୮ତାରିଖରୁ ଏହି ଫଟୋ ପାକିସ୍ତାନ ମୁସ୍‌ଲିମ ଲିଗ୍‌(ନୱାଜ) ପକ୍ଷରୁ ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଛି। ଦେଶରେ ସାଧାରଣ ନିର୍ବାଚନ ଆଉ କିଛି ମାସ ଥିବାବେଳେ ଏଭଳି ଫଟୋକୁ ନେଇ ପାକିସ୍ତାନର ମୁସଲମାନ ଓ ହିନ୍ଦୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିବାଦ ବଢ଼ିବାରେ ଫେସ୍‌ବୁକ୍‌ ଓ ଟ୍ୱିଟରରେ ଖେଳି ବୁଲୁଥିବା ଏହି ଫଟୋକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ତେବେ ଜାତୀୟ ଆସେମ୍ବ୍ଲିରେ ଏହାକୁ ନେଇ ହୋହାଲ୍ଲା ହେବା ପରେ ବାଚସ୍ପତି ଏହି ଘଟଣାର ତଦନ୍ତଚରି ରିପୋର୍ଟ ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply