ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅଧିକାରକୁ ନିଶ୍ଚିତ କରିବି: ଇମ୍ରାନ

0

ଇସଲାମାବାଦ : ପାକିସ୍ତାନ ସଂଖ୍ୟାଲଘୁ ହିନ୍ଦୁଙ୍କ ଅଧିକାରକୁ ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ଇମ୍ରାନ ଟୁଇଟ୍ କରିଛନ୍ତି ଯେ ‘ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କୁ ଯେପରି ସୁବିଧାସୁଯୋଗ ଦିଆଯାଉଛି ପାକିସ୍ତାନ ହିନ୍ଦୁମାନଙ୍କୁ ଅନୁରୂପ ସୁବିଧା ପ୍ରଦାନ କରିବାର ବ୍ୟବସ୍ଥା କରିବି।’ କିଛି ଦିନ ତଳେ ଇମ୍ରାନ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ନରେନ୍ଦ୍ର ମୋଦୀଙ୍କ ସରକାରକୁ ସମାଲୋଚନା କରିଥିଲେ। ଇମ୍ରାନଙ୍କ ଏହି ସମାଲୋଚନା ଉପରେ ଭାରତର ବିଭିନ୍ନ ବ୍ୟକ୍ତି ବିଶେଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭାରତର ବିଭାଜନ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୨୦% ଥିବାବେଳେ ଏହା ଏବେ ୨%କୁ ହ୍ରାସ ପାଇଛି। ଅନ୍ୟପଟେ ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Leave A Reply