ଇମ୍ରାନ୍‌ଙ୍କର   ଶପଥ ଗ୍ରହଣ ଉତ୍ସବରେ  ଅଂଶଗ୍ରହଣ କରିବେନି ଗାଭାସ୍କାର

0

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟିୟର ତଥା ଏବେର ରାଜନେତା ଇମ୍ରାନ୍‌ ଖାନ୍‌  ଅଗଷ୍ଟ ୧୮ ତାରିଖରେ ଶପଥ  ଗ୍ରହଣ  କରିବାର କାର୍ଯ୍ୟକ୍ରମ ଅଛି । ଶପଥ ଗ୍ରହଣ  କାର୍ଯ୍ୟକ୍ରମରେ ସେ  ଭାରତର ପୂର୍ବତନ କ୍ରିକେଟିୟର ସୁନୀଲ ଗାଭାସ୍କରଙ୍କୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମାତ୍ର ଏହି ଶପଥ ଗ୍ରହଣ ଉତ୍ସବରେ ସୁନୀଲ ଗାଭାସ୍କର ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଏବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ  ସିରିଜ ଚାଲିଛି । ଗାଭାସ୍କର ଭାଷ୍ୟକାର ଭାବେ ସେଠାରେ ଅଛନ୍ତି ।  ତେଣୁ ସେ ଶପଥ ଗ୍ରହଣ ଉତ୍ସବରେ ଅଂଶ ଗ୍ରହଣ କରି ପାରିବେ ନାହିଁ ବୋଲି କହିଛନ୍ତି ।  ଏଥିପାଇଁ  ଗାଭାସ୍କର ତାଙ୍କର ଶୁଭେଚ୍ଛା ବାର୍ତ୍ତାକୁ ଇମ୍ରାନଙ୍କ ନିକଟକୁ ପଠାଇଥିବା କହିଛନ୍ତି ।

Leave A Reply