ନାଗରିକତା ସଂଶୋଧନ ବିଲ୍ ପାସ କରି ଆରଏସଏସର ହିନ୍ଦୁରାଷ୍ଟ୍ର ଯୋଜନାକୁ ସଫଳ କରିବାକୁ ଚେଷ୍ଟାକରୁଛନ୍ତି ମୋଦୀ ସରକାର: ଇମ୍ରାନ ଖାନ୍

ଇସଲାମାବାଦ: ଆସନ୍ତାକାଲି ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ଗୃହିତ ହେବାପରେ ଏହାକୁ ନେଇ ସାରା ଦେଶରେ ଚର୍ଚା ଲାଗିରହିଛି। କେତେକ ସ୍ଥାନରେ ଏହି ବିଧେୟକକୁ କଡା ବିରୋଧ ମଧ୍ୟ କରାଯାଉଛି। ତେବେ ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ପାସ୍ ହେବା ପରେ ଏହାକୁ କଡା ବିରୋଧ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏନେଇ ଇମ୍ରାନ ଟ୍ବିଟ୍ କରି ମୋଦୀ ସରକାର ଏବଂ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ଉପରେ ବର୍ଷିଛନ୍ତି। ଇମ୍ରାନ ତାଙ୍କ ଟ୍ବିଟରେ ଲେଖିଛନ୍ତି ‘ମୁଁ ଭାରତ ଲୋକସଭାରେ ଗୃହିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ କଡା ବିରୋଧ କରୁଛି। ଏହି ବିଧେୟକ କେବଳ ଯେ ଅନ୍ତରାଷ୍ଟ୍ରୀୟ ମାନବାଧୀକାର ଆଇନକୁ କ୍ଷୁର୍ଣ୍ଣ କରୁନି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାର ମଧ୍ୟ ଉଲଘଂନ କରୁଛି। ମୋଦୀ ସରକାର ଆରଏସଏସର ହିନ୍ଦୁରାଷ୍ଟ୍ର ଯୋଜନା ଉପରେ କାର୍ୟ୍ୟକରୁଛି।

 

ଏହାପୁର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନାଗରିକ ସଂଶୋଧନ ବିଲକୁ ବିରୋଧ କରି ତାର ବୟାନ ଦେଇସାରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଏହା ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସମସ୍ତ ଦ୍ବିପାକ୍ଷିକ ଆଲୋଚନକୁ ଉଲଘଂନ କରୁଛି। ଭାରତ ନିୟମ ବାହାରକୁ ଯାଇ ଏହା କରୁଛି ଯାହା ଫଳରେ ସଂଖ୍ୟାଲଘୁଙ୍କ ଅଧିକାର ଏବଂ ସେମାନଙ୍କ ସୁରକ୍ଷା ବର୍ତ୍ତମାନ ଚିନ୍ତାଜନକ ହୋଇପଡିଛି।
ଲୋକସଭାରେ ସୋମବାର ଗୃହିତ ହୋଇଥିବା ନାଗରିକତା ସଂଶୋଧନ ବିଧେୟକ ବଳରେ ପାକିସ୍ତାନ,ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ,ବୌଦ୍ଧ,ଜୈନ,ପାରସୀ ଏବଂ ଶିଖ୍ ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ମିଳିବା ସହଜ ହେବ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ପାକିସ୍ତାନ,ବାଂଲାଦେଶ ଏବଂ ଆଫଗାନିସ୍ତାନ ଇସଲାମିକ ଦେଶ ହୋଇଥିବାରୁ ସେଠାରେ ମୁସଲିମ ସଂଖ୍ୟାଲଘୁ ନୁହଁନ୍ତି। ଏହି ବିଧେୟକ ଗୃହିତ ହେବାଦ୍ବାରା କୋଟି କୋଟି ଶରଣାର୍ଥୀଙ୍କ ଯାତନା ଦୂରହେବା ଦିଗରେ ସହାୟକ ହେବ।

Comments are closed.