ବିଳମ୍ବ ହୋଇପାରେ ଇମ୍ରାନ୍‍ଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ

0

ଇସଲାମବାଦ: ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିବାକୁ ପ୍ରସ୍ତୁତ ହେଉଥିବା ପୂର୍ବତନ କ୍ରିକେଟ ତାରକା ଇମ୍ରାନ୍‍ ଖାନ୍‍ଙ୍କ ଶପଥ ଗ୍ରହଣ ବିଳମ୍ବିତ ହୋଇପାରେ। ଇମ୍ରାନ୍‍ ଖାନ୍‍ ଜିତିଥିବା ୫ଟି ଆସନରୁ ଦୁଇଟି ଆସନରେ ଫଳାଫଳ ବିଜ୍ଞପ୍ତିକୁ ପାକିସ୍ତାନ ନିର୍ବାଚନ କମିଶନ୍‍ ସ୍ଥଗିତ ରଖିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଇମ୍ରାନ୍‍ ଜିତିଥିବା ଏହି ଦୁଇଟି ଆସନର ଫଳାଫଳ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟ ତିନୋଟି ଆସନର ଫଳାଫଳ ଉପରେ ନିର୍ବାଚନ କମିଶନ ପୁନଃବିଚାର କରିପାରନ୍ତି ବୋଲି ସେଠାକାର ଏକ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟରେ ପ୍ରକାଶ ପାଇଛି। ଏନ୍‍ଏ ୫୩ (ଇସଲାମବାଦ୍‍ -୨) ଓ ଲାହୋର-୯) ଏନ୍‍ଏ ୧୩୧ ଆସନର ଫଳାଫଳକୁ ସ୍ଥଗିତ ରଖାଯାଇଛି।
ଏନଏ ୫୩ ଆସନରୁ ଇମ୍ରାନ୍‍ ଖାନ୍‍ ୯୨,୮୯୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଏମ୍‍ଏଲ୍‍-ଏନ୍‍ ପ୍ରାର୍ଥୀ ସହିଦ ଖାକାନ୍‍ ଆବାସୀ ୪୪,୩୧୪ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଲାହୋରର ଏନଏ୍‍ ୧୩୧ ଆସନରୁ ପାକିସ୍ତାନ ମୁସଲିମ୍‍ ଲିଗ୍‍ର ଖାୱାଜ୍‍ ସାଦ ରଫିକ୍‍ଙ୍କୁ ଇମ୍ରାନ୍‍ କଡ଼ା ମୁକାବିଲାରେ ପରାସ୍ତ କରିଥିଲେ।

Leave A Reply