ଆସନ୍ତା ୧୪ ପୂର୍ବରୁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଇମ୍ରାନ୍‍

0

ଇସଲାମାବାଦ୍‍: ଆସନ୍ତା ଅଗଷ୍ଟ ୧୪ ତାରିଖ ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ଇମ୍ରାନ୍‍ ଖାନ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି। ପାକିସ୍ତାନ ତେହରିକ୍‍ ଇନ୍‍ସାଫ୍‍ ପକ୍ଷରୁ ଏହି ସୂଚନା ମିଳିଛି। ଗତ ୨୫ରେ ଅନୁଷ୍ଠିତ ନିର୍ବାଚନରେ ଇମ୍ରାନ୍‍୍‍ଙ୍କ ପାର୍ଟି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ଜାତୀୟ ଆସେମ୍ବ୍ଲିରେ ସରକାର ଗଢ଼ିବା ପାଇଁ ସ୍ପଷ୍ଟ ବହୁମତ ପାଇନାହଁ। ତେଣୁ କେତେକ ଛୋଟ ଦଳ ଓ ସ୍ୱାଧୀନଙ୍କ ସହଯୋଗରେ ସରକାର ଗଢ଼ିବା ପାଇଁ ପାର୍ଟି କଥାବାର୍ତ୍ତା ଆରମ୍ଭ କରିଛି। ଆଲୋଚନା ଫଳପ୍ରଦ ହୋଇଛି ଏବଂ ସରକାର ଗଠନ ପାଇଁ ସହମତି ବିଷୟରେ ଖୁବ୍‍ ଶୀଘ୍ର ଘୋଷଣା ହେବ ବୋଲି କୁହାଯାଇଛି।
ପାକିସ୍ତାନର ଜାତୀୟ ଆସେମ୍ବ୍ଲି ପାଇଁ ଅନୁଷ୍ଠିତ ନିର୍ବାଚନରେ ଇମ୍ରାନ୍‍ଙ୍କ ଦଳ ୧୧୫ଟି ଆସନରେ ଜିତି ସରକାର ଗଢ଼ିବା ପାଇଁ ୧୨ଟି ଆସନରୁ ପଛରେ ରହିଯାଇଛି। ତେଣୁ ଏହି ୧୨ଟି ଆସନ ଯୋଗାଡ଼ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି। ଅପରପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ଙ୍କ ପିଏମ୍‍ଏଲ୍‍ଏନ୍‍ ଓ ପିପିପି ଯଥାକ୍ରମେ ୬୪ ଓ ୪୩ଟି ଆସନ ପାଇଛନ୍ତି।

Leave A Reply