କରୋନା ସମୟରେ ଏଭଳି ଉପାୟରେ ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ଥଣ୍ଡା ଆରମ୍ଭ ହୋଇସାରିଲାଣି। ଏହାସହ ଏବେ କରୋନା ମହାମାରୀ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ପାଗର ପରିବର୍ତ୍ତନ ହେବା ମାତ୍ରେ ଥଣ୍ଡା ଜ୍ୱର ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଭଳି ସମୟରେ ନିଜ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ଏହି ଦିନରେ କରେନା ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ତେଣୁ ଏହି ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହି ସମୟରେ ଉଷୁମ ପାଣି ପିଇବା ଜରୁରୀ। ଜାଣନ୍ତୁ ଅନ୍ୟ କିଛି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ………
ରସୁଣ –
ରସୁଣ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଇନଫ୍ଲେମେଟ୍ରୀ, ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣକୁ ଶରୀରରୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ହଳଦୀ ଖିର –
ଆୟୁର୍ବେଦରେ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଏ। ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୂରେଇ ରଖେ। ହଳଦୀକୁ ଖିରରେ ମିଶାଇ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ଗୁଣ ରହିଛି।
କିସମିସ –
କିସମିସର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ରାତିସାରା କିସମିସକକୁ ପାଣିରେ ବତୁରାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ମହୁ –
ମହୁରେ ଆଣ୍ଟି-ଅକ୍ସିଡ଼ାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଏହା ଥଣ୍ଡାକୁ ଶରୀରରୁ ଦୂରେଇ ରଖେ।
ଗୁଡ –
ଗୁଡ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ପୋଷକ ତତ୍ତ୍ୱ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

 

Comments are closed.