କରୋନା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପରୀକ୍ଷା ସ୍ଥଗିତ; ନିର୍ଦ୍ଧାରିତ ସମୟରେ ଚାଲୁ ରହିବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ପଦକ୍ଷେପ ସୋମବାର ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷା ମଧ୍ୟ ସ୍ଥଗିତ ରହିବ। ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ଏହାସହ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତି ଚାଲିବ। ସେହିପରି ସ୍କୁଲ ବନ୍ଦ ସହ, ଶିକ୍ଷକମାନେ ସ୍କୁଲକୁ ନ ଆସିବାକୁ କୁହାଯାଇଛି। ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନଙ୍କୁ ଆଲର୍ଟ ରହିବାକୁ ଓ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.