ନବରାତ୍ର ସମୟରେ ଷୋହଳ ଶୃଙ୍ଗାରର ମହତ୍ତ୍ୱ

ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ର। ନବରାତ୍ରରେ ମା’ଙ୍କର ନଅ ଭିନ୍ନ ଭିନ୍ନ ସ୍ୱରୂପର ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ମହିଳା ହୁଅନ୍ତୁ ଅଥବା ଯୁବତୀ ମା’ଙ୍କ ପୂଜା ସମୟରେ ବିଭିନ୍ନ ସଜବାଜ ହୋଇଥାଆନ୍ତି। ନବରାତ୍ରରେ ମହିଳାମାନେ ବିଶେଷ କରି ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଷୋହଳ ଶୃଙ୍ଗାର କରିଥାଆନ୍ତି। ଆସନ୍ତୁ ଜାଣିବା ମହିଳାଙ୍କ ଏହି ଷୋହଳ ଶୃଙ୍ଗାର ବିଷୟରେ….
ଫୁଲ ଶୃଙ୍ଗାର – ଷୋହଳ ଶୃଙ୍ଗାର ମଧ୍ୟରେ ଫୁଲର ଶୃଙ୍ଗାରକୁ ଖୁବ ଶୁଭ ବୋଲି କୁହାଯାଏ। କେଶରେ ଫୁଲ ଲଗାଇବା ଖୁବ ଶୁଭ କୁହାଯାଏ। ଫୁଲ ଲଗାଇବା ଦ୍ୱାରା ଫୁଲର ବାସ୍ନାରେ ମନରେ ପ୍ରସନ୍ନତା ଆସିଥାଏ।
ବିନ୍ଦି , ସିନ୍ଦୂର ବିନ୍ଦି – ଏହା ମଧ୍ୟ ଏକ ପ୍ରକାର ଶୃଙ୍ଗାର। ମଥାରେ ବିନ୍ଦି ଅଥବା ସିନ୍ଦୂର ବିନ୍ଦି ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ। ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ଏହିଦିନ ଚନ୍ଦନର ଟିକା ମଧ୍ୟ ଲଗାନ୍ତୁ।
ମେହେନ୍ଦୀ : ମେହେନ୍ଦୀ ଷୋହଳ ଶୃଙ୍ଗାରର ଏକ ପ୍ରମୁଖ ଅଂଶ।ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ତ୍ୱଚା ସମ୍ବନ୍ଧିତ ବହୁ ରୋଗ ଦୂର କରିଥାଏ।
ମଥାରେ ସିନ୍ଦୂର – ମଥାରେ ସିନ୍ଦୂର ଲଗାଇବା ସଧବାଙ୍କର ମୁଖ୍ୟ ଶୃଙ୍ଗାର। ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଶରୀର ଅନେକ ଶକ୍ତି ନିୟନ୍ତ୍ରିତ କରିଥାଏ।
ଗଳାରେ ମଙ୍ଗଳସୂତ୍ର – ମୋତି ଓ ସୁନା ମିଶ୍ରିତ କିମ୍ବା ହାର ପିନ୍ଧିବା ଦ୍ୱାରା ଗ୍ରହଙ୍କର ନକରାତ୍ମକ ଶକ୍ତି ଦୂରେଇ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। କୁହାଯାଏ ଗଳାରେ ସ୍ୱର୍ଣ୍ଣ ଆଭୂଷଣ ପିନ୍ଧିବା ଦ୍ୱାରା ହୃଦୟ ଜନିତ ରୋଗ ନିୟନ୍ତ୍ରିତ ହୋଇରହିଥାଏ। ମୋତି ଚନ୍ଦ୍ରମାଙ୍କ ପ୍ରତିନିଧିତ୍ୱ କରିଥାଏ, ତେଣୁ ଏହାକୁ ପିନ୍ଧିବା ଦ୍ୱାରା ମନ ଚଞ୍ଚଳ ହୋଇନଥାଏ।
କାନର – କାନର ପିନ୍ଧିବା ଦ୍ୱାରା ମାନସିକ ଦୁଶ୍ଚିତା ଦୂର ହୋଇଥାଏ। କାନ ଫୋଡାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ମଥାରେ ସିନ୍ଥି – ମଥାରେ ସିନ୍ଥି ପିନ୍ଧିବା ଦ୍ୱାରା ମହିଳାଙ୍କ ସୁନ୍ଦରତା ବୃଦ୍ଧି ପାଇଥାଏ। ମସ୍ତିଷ୍କର ଶିରାପ୍ରଶିରାରେ ଉତ୍ତମ ପ୍ରଭାବ ପକାଇଥାଏ।
ଚୁଡି – ହସ୍ତରେ ଚୁଡ଼ି ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିଥାଏ। ଏହାଦ୍ୱାରା ଥକ୍କାପଣ ଦୂର ହୋଇଥାଏ।
ବାଜୁ (ବାହାରେ ) ଅଳଙ୍କାର – ଏହାକୁ ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିଥାଏ। ଏହା ସୁନ୍ଦରତାକୁ ବୃଦ୍ଧି କରିଥାଏ।
ଅଣ୍ଟାରେ ଅଳଙ୍କାର – ଏହାକୁ ପିନ୍ଧିବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଅନ୍ୟ କେତେକ ରୋଗରୁ ମଧ୍ୟ ଶରୀରକୁ ଦୂରେଇ ରଖେ।
ପାଉଁଞ୍ଜି – ପାଦରେ ପାଉଁଞ୍ଜି ପିନ୍ଧିବା ଦ୍ୱାରା ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ। ଏହାଦ୍ୱାରା ଯେଉଁ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ତାହା ଶରୀରକୁ ବିଭିନ୍ନ ପ୍ରକାର ସୁରକ୍ଷା ଦେଇଥାଏ। ଚାନ୍ଦିର ପାଉଁଞ୍ଜି ପିନ୍ଧିବା ଦ୍ୱାରା ହାଡ ମଜଭୂତ ହୋଇଥାଏ।
ଗୋଡ ମୁଦି – ଏହା ମଧ୍ୟ ସଧବାଙ୍କ ପ୍ରମୁଖ ଆଭୂଷଣ। ଏହାକୁ ପିନ୍ଧିବା ଦ୍ୱାରା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଏହା ଶିରାର ପଦ୍ଧତି ଓ ମାଂସପେଶୀକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ।
ନାକର – ନାକର ମଧ୍ୟ ମୁହଁର ସୁନ୍ଦରତାକୁ ବୃଦ୍ଧି କରିଥାଏ। ଏହା ମଧ୍ୟ ଏକ ପ୍ରମୁଖ ଶୃଙ୍ଗାର। ମହିଳାଙ୍କର ମାନସିକ ସ୍ଥିତିକୁ ସୁଦୃଢ କରିଥାଏ।
ହାତ ମୁଦି – ହାତ ଆଙ୍ଗୁଠିରେ ମୁଦି ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିଥାଏ। ଆଳସ୍ୟ ଅନୁଭବ ହୋଇନଥାଏ।
ଆଖିରେ କଳା – କଳା ମଧ୍ୟ ଆଖିର ସୁନ୍ଦରତା ବୃଦ୍ଧି କରିଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ। ଆଖି ଜନିତ ରୋଗ ମଧ୍ୟ ଦୂର ହୋଇଥାଏ।
ଏହାସହ ଆପଣ ମୁହଁରେ ଅନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରି ପାରିବେ।

Comments are closed.