ପରାଗ ପରେ ସୂର୍ଯ୍ୟଦେବତାଙ୍କ ନିକଟରେ ଖିରୀ ଭୋଗ କରିବାର ପୌରାଣିକ ମାନ୍ୟତା

ଆଜି ବର୍ଷର ବଡ଼ ସୂର୍ଯ୍ୟପରାଗ। ଯାହା ୧୦ଟା ୧୫ ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା୨୦ରେ ଶେଷ ହେବ। ପରାଗ ଶେଷ ପରେ କେଉଁ କାରଣରୁ ସୂର୍ଯ୍ୟଦେବତାଙ୍କ ନିକଟରେ ଲଗାଯାଏ ଖିରୀ ଭୋଗ , ଜାଣନ୍ତୁ ଏହାର ପୌରାଣିକ ମାନ୍ୟତା……..
ପୌରାଣିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ଖିରୀ ଭୋଗ କରି ଏହାକୁ ଦାନ କରନ୍ତୁ କିମ୍ବା ଏହାକୁ ସେବନ ମଧ୍ୟ କରିପାରିବେ। ଖିରୀ ପ୍ରସ୍ତୁତ ହେବା ପରେ ଏଥିରେ ତୁଳସୀ ପକାଇବା ଉଚିତ।
ପରାଗ ପରେ ସ୍ନାନ କରି ଖିରୀ ଭୋଗ କରିବା ଦ୍ୱାରା ଜୀବନରେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।
ମାନ୍ୟତା ଅନୁଯାୟୀ ଖିର ଶୀଳତ ଅଟେ। ପରାଗ କାରଣରୁ ସୂର୍ଯ୍ୟଦେବତାଙ୍କୁ କଷ୍ଟ ଅନୁଭବ ହୋଇଥାଏ ବୋଲି କୁହାଯାଏ। ଏହାସହ ପରାଗ ସମୟରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।ତେଣୁ ପରାଗ ପରେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ ସହ ଖିରୀ ଭୋଗ କରିବା ସହ ଏହାକୁ ସେବନ କଲେ ଶୁଭତ୍ୱ ପ୍ରାପ୍ତି ହୋଇଥାଏ।
ଏହାସହ ପଶୁପକ୍ଷୀ କିମ୍ବା ଅସହାୟଙ୍କୁ ମଧ୍ୟ ଏହି ଖିରୀ ଦେଇପାରିବେ।

Comments are closed.