ଭାରତ ବନ୍ଦ : ଯାତାୟତ ପ୍ରଭାବିତ

ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର ଦାବିରେ ଶୁକ୍ରବାର କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି। କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।

ବନ୍ଦ ସମର୍ଥନକାରୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିବା ସହ ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭୁବନେଶ୍ବର-କଟକ ରାସ୍ତାରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ରାସ୍ତାରେ ଗାଡିମଟର ଅଟକାଉଛନ୍ତି। ଫଳରେ ଅନେକ ସ୍ଥାନେ ଯାତାୟତ ପ୍ରଭାବିତ ହୋଇଛି। ଦୋକାନ ବଜାର ପ୍ରାୟ ବନ୍ଦ ଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଡଠାଇ ନେଉଥିବା ଦେଖିବାକୁ ମିଳିଛି।

Comments are closed.