ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାର ଉପାୟ

ନିଜ ଜୀବନଶୈଳୀ ଓ ଖାଦ୍ୟପାନୀୟରେ ସାମାନ୍ୟ ପରିବର୍ତ୍ତନ ଆଣିଲେ, ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ସୁଆଦିଆ ଜଙ୍କ୍‌ ଫୁଡ୍ ପରିବର୍ତ୍ତେ ଆମ ରୋଷେଇ ଘରେ ମହଜୁଦ୍ ଥିବା କେତୋଟି ସାମଗ୍ରୀକୁ ଦୈନନ୍ଦିନ ଭୋଜନରେ ସାମିଲ କରିବା ଉଚିତ।

– ବିଭିନ୍ନ ପ୍ରକାର ସଂକ୍ରମିତ ରୋଗରୁ ବର୍ତ୍ତିବା ନିମନ୍ତେ ଲବଙ୍ଗର ବ୍ୟବହାର ବ୍ୟଞ୍ଜନରେ କରନ୍ତୁ। ଏପରିକି ନାଲି ଓ କଳା ଚା’ରେ ଆପଣ ଲବଙ୍ଗ ମିଶାଇ ପିଇପାରିବେ। ଏଥିରେ ଥିବା ପୋଷକତତ୍ତ୍ବ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
– ଡାଲଚିନି ଚା’ ପିଇବାର ଅଭ୍ୟାସ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ବିଶେଷଜ୍ଞଙ୍କ ମତରେ ଡାଲଚିନିରେ ଥିବା ପୋଷକତତ୍ତ୍ବ ପେଟ ସମସ୍ୟାରୁ ରକ୍ଷା କରେ। ଡାଲଚିନି ଗୁଣ୍ଡ ଅଳ୍ପ ପରିମାଣରେ ଯେ କୌଣସି ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇପାରେ।
– ଭିଟାମିନ୍ ସି’ଯୁକ୍ତ ଫଳ ଓ ପନିପରିବା ନିଜ ଭୋଜନରେ ସାମିଲ କରନ୍ତୁ।
– ଶୁଦ୍ଧ ମହୁର ସେବନ ପ୍ରତ୍ୟହ କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଏଥିରେ ଥିବା ପୋଷକତତ୍ତ୍ବ ସଂକ୍ରମଣ ରୋଗରୁ ଶରୀରକୁ ରକ୍ଷା କରେ।

Comments are closed.