MEllora 950×100

ଆଇଏମଆଇଟି କଟକର ହୀରକ ଜୟନ୍ତୀ ଅବସରରେ ଆଲୁମିନି ମିଟ

କଟକ: ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି) କଟକର ହୀରକ ଜୟନ୍ତୀ ଅବସରରେ ଆଲୁମିନି ସମ୍ମେଳନ – ୨୦୨୩ କଟକ ସାରଳା ସାହିତ୍ୟ ଭବନ ଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ସିଡିଏର ଅଧ୍ୟକ୍ଷ ଅନିଲ କୁମାର ସାମଲ ଓ ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚଇନି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବତ୍ସରୀକ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଆଲୁମିନି ମିଟ ୨୦୨୩ର ଅଧ୍ୟକ୍ଷ ସୁଜିତ କୁମାର ଦାଶ ଅନୁରୋଧ କରିଛନ୍ତି।

Comments are closed.