ଇମ୍ଫାରେ ସମୁହ ଟିକା କରଣ

ଚୌଦ୍ୱାର : କରୋନା ମହାମାରୀ କବଳରୁ କାରଖାନାର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ଲକ୍ଷରେ ଇମ୍ଫା ଶିଳ୍ପଗୋଷ୍ଠୀ ତରଫରୁ ସମୁହ ଟିକାକରଣ ଯୋଜନା ହାତକୁ ନିଆ ଯାଇଛି। ଇମ୍ଫା ଶିଳ୍ପଗୋଷ୍ଠୀ ,ଫିକ୍କି ଓ ଆପୋଲୋ ହସପିଟାଲର ମିଳିତ ଆୟୋଜନରେ ଗତ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଚୌଦ୍ୱାରସ୍ଥିତ ଇମ୍ଫା କାରଖାନାର ୭୫୦ରୁ ଉର୍ଦ୍ଧ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ଟିକା କରଣ କରାଯାଇଛି। ଆପୋଲୋ ହସପିଟାଲ କର୍ମକର୍ତ୍ତାଙ୍କ ତଦାରଖ ମଧ୍ୟରେ ଏବଂ ଇମ୍ଫାର ଡାକ୍ତର ଡା. ତ୍ରିବିକ୍ରମ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଲିମପ୍ରାପ୍ତ ଫାର୍ମାସିଷ୍ଟ୍‍ ଓ ମାନବ ସମ୍ବଳ କର୍ମଚାରୀମାନେ ଟିକାଦାନ କରିଥିଲେ। ମାନବ ସମ୍ବଳ ପ୍ରଶାସନିକ ମୁଖ୍ୟ ଜି.ସାରଦା ପ୍ରସାଦ ରାଓ,ଅଧିକାରୀ ଅନୀଲ ଗୋସ୍ୱାମୀ ଓ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.