ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ରିପୋର୍ଟରେ ଭାରତ ପାଇଁ ଆଶା: ଆସନ୍ତା ବର୍ଷ ଅଭିବୃଦ୍ଧି ୮.୮%ରୁ ଅଧିକ

କରୋନା ପ୍ରଭାବିତ ହୋଇଥିବା ଭାରତୀୟ ଅର୍ଥନୀତି ଚଳିତ ବର୍ଷ ୧୦.୫%  ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି  ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)।  ମଙ୍ଗଳବାର ଆଇଏମଏଫ୍ ରିପୋର୍ଟରେ ଏହା ଉଲ୍ଲେଖ କରିବା ସହ ୨୦୨୧ ଭାରତୀୟ ଅର୍ଥନୀତି ପାଇଁ ଆଶାଜନକ ହେବ ଏବଂ ଅଭିବୃଦ୍ଧି ଚୀନର ଅଭିବୃଦ୍ଧି ହାର ୮.୨%କୁ ଅତିକ୍ରମ କରି ୮.୮% ହେବ ବୋଲି ଆକଳନ କରିଛି ।

ମଙ୍ଗଳବାର ଆଇଏମଏଫ ଦ୍ବାରା ପ୍ରକାଶିତ ବିଶ୍ଵ ଅର୍ଥନୈତିକ ପରିସ୍ଥିତି ସଂକ୍ରାନ୍ତ   ରିପୋର୍ଟରେ କୁହାଯାଇଛି ଯେ ବିଶ୍ଵ ଅର୍ଥନୀତି ୨୦୨୧ରେ ୫.୨% ଅଭିବୃଦ୍ଧି ହୋଇପାରେ ।  ୨୦୨୧ ମସିହାରେ ଭାରତୀୟ ଅର୍ଥନୀତି ବୋଧହୁଏ ୮.୮% ବୃଦ୍ପ୍ରଧି ଘଟିପାରେ ଓ ପୁନଃ ଦୃତ ଅଭିବୃଦ୍ଧି ଦିଗରେ ଗତି କରିପାରେ । ଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କର ବାର୍ଷିକ ବାର୍ଷିକବୈଠକ  ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ  ବିଶ୍ଵ ଅର୍ଥନୀତି ୨୦୨୦ ରେ ୪.୪ପ୍ରତିଶତ ହ୍ରାସ ପାଇବ ଏବଂ ୨୦୨୧ ରେ୫.୨ ପ୍ରତିଶତ  ଅଭିବୃଦ୍ଧି ହାସଲ କରିବ। ଏହି ରିପୋର୍ଟ ଅନୁଯାୟୀ ୨୦୨୦ରେ ଆମେରିକାର ଅର୍ଥନୀତି ୫.୮ ପ୍ରତିଶତ ହ୍ରାସ ପାଇବ ଏବଂ ଆସନ୍ତା ବର୍ଷ ଏହା ୩.୯ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଅବସରପ୍ରାପ୍ତ ଭାରତୀୟ କୂଟନୀତିଜ୍ଞ ସୟଦ ଆକବରଉଦ୍ଦିନ ମଧ୍ୟ ଏହି ଆଇଏମ୍ଏଫ୍ ଆକଳନ ବିଷୟରେ ଏକ ଟ୍ୱିଟ୍ କରିଛନ୍ତି।

ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ ଆସନ୍ତା ବର୍ଷ ଭାରତ ପାଇଁ ବହୁତ ଭଲ ହେବ। ୨୦୨୦ ମସିହାରେ ଚୀନ୍ ୧.୯ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକରଣ କରିବ। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ୨୦୧୯ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୪.୨% ଥିଲା।

Comments are closed.