ମୌସୁମୀକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଜୁନରେ ହେବ ସାଧାରଣ ବର୍ଷା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଜାରି କରିଛି। ଆଇଏମଡି ଆକଳନ ଅନୁସାରେ, ଜୁନ ମାସରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ମଧ୍ୟଭାରତରେ ସାଧାରଣଠାରୁ ସାମାନ୍ୟ ଅଧିକ, ଉତ୍ତର ଏବଂ ଦକ୍ଷିଣ ଭାରତରେ ସାଧାରଣ ଏବଂ ପୂର୍ବ ଭାରତରେ ସାଧାରଣଠାରୁ କମ୍‌ ବର୍ଷା ହେବ ବୋଲି ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ପୂର୍ଣ୍ଣ ଦେଶରେ ଚଳିତବର୍ଷ ମୌସୁମୀ ବର୍ଷା ସାଧାରଣ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (ଜୁନରୁ ସେପ୍ଟେମ୍ବର)ର ବର୍ଷା ସାଧାରଣ ଦୀର୍ଘକାଳୀନ ହାରାହାରି (ଏଲପିଏ)ର ୯୬ରୁ ୧୦୪ ପ୍ରତିଶତ ହେବାର ସମ୍ଭାବନା ରହିଛି। ଦେଶରେ ମୌସୁମୀ ବର୍ଷା ଏଲପିଏର ୧୦୧ ପ୍ରତିଶତ ହେବାର ସମ୍ଭାବନା ଅଛି। ୧୯୬୧ରୁ ୨୦୨୦ ପର୍ଯ୍ୟନ୍ତ ମୌସୁମୀ ବର୍ଷାର ଏଲପିଏ ୮୮ ସେଣ୍ଟିମିଟର ରହିଥିଲା।

Comments are closed.