୧୫ଜିଲାରେ ପ୍ରତିଷ୍ଠା ହେବ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାର ୧୫ଟି ଜିଲ୍ଲାରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ।ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର, ଓଡ଼ିଶା ଏବଂ ଭାରତୀୟ ପାଣିପାଗ କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରେ ବଦଳୁଥିବା ପାଣିପାଗ ଏବଂ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରିବାରେ ଏସବୁ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.