ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ

ନୂଆଦିଲ୍ଲୀ . -ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅଗଷ୍ଟମାସ ଏକ ତାରିଖରୁ ସେ (ଆଇଏମ୍‌ଡି )(ଡିଜି) ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଭାଗ ଦେଶର ପ୍ରମୁଖ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ପାଣିପାଗ ସହ ଭୂମିକମ୍ପ ଓ ଅନ୍ୟକେତକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହା ପ୍ରଦାନ କରିଥାଏ । ବର୍ଷା, ପବନ, ହିମପାତ, ବାତ୍ୟା, ଗ୍ରୀଷ୍ମ ପ୍ରବାହ ସହ ବିଭିନ୍ନ ପାଣିପାଗ ସମ୍ବନ୍ଧୀୟ ପ୍ରସଙ୍ଗରେ ପୂର୍ବସୂଚନା ପ୍ରଦାନ କରିଥାଏ ।

Comments are closed.