ଗ୍ରୀଷ୍ମପ୍ରବାହ ନେଇ ଆଇଏମଡିର ରେଡ ଆଲର୍ଟ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଆଗାମୀ ଦୁଇଦିନ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଗ୍ରୀଷ୍ମ ପ୍ରବାହକୁ ନେଇ ଆଇଏମଡି ରବିବାର ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ରାଜସ୍ଥାନକୁ ରେଡ ଆଲର୍ଟ ଜାରି କରିଛି। ଏହା ସହିତ ପୂର୍ବ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଇଏମଡିର ଆଞ୍ଚଳିକ ପାଣିପାଗ ନିର୍ଦେଶକ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ଆଗାମୀ ଦୁଇଦିନ ମଧ୍ୟରେ ଏହି ସବୁ ଅଞ୍ଚଳରେ ତାପମାତ୍ରା ୪୭ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିବ।

ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ କରି ଆଇଏମଡି ଏପରି ରେଡ ଆଲର୍ଟ ଜାରି କରିଛି। ଶନିବାର ରାଜସ୍ଥାନର ପିଲାନିରେ ତାପମାତ୍ର ୪୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ଛତିଶଗଡ, ଓଡିଶା, ଗୁଜରାଟ, କେନ୍ଦ୍ରୀୟ ମହାରାଷ୍ଟ୍ର, ବିଦର୍ଭ, ଉପକୂଳ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ଆଗାମୀ ୩-୪ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଆଇଏମଡି ପୂର୍ବାନୁମାନ କରିଛି।

Comments are closed.