ଆଇଏମ୍ଏ ଷ୍ଟାଣ୍ଡିଂ କମିଟିକୁ ଓଡ଼ିଶାର ଦୁଇ ଡ଼ାକ୍ତର ମନୋନୀତ

ଭୁବନେଶ୍ଵର : ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ କଲକତାରେ ଅନୁଷ୍ଠିତ ୧୪୦ତମ ବୈଠକରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କେନ୍ଦୁଝର ଓ କୋରାପୁଟରେ କାର୍ଯ୍ୟ କରୁଥିବା ଓଡ଼ିଶାର ଦୁଇ ଡ଼ାକ୍ତରଙ୍କୁ ଟ୍ରାଇବାଲ ହେଲଥ ଷ୍ଟାଣ୍ଡିଂ କମିଟି​‌ରେ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି । ଓଡ଼ିଶାରୁ ଡ଼ାକ୍ତର ମହେଶ ପ୍ରସାଦ ମହାନ୍ତ ଓ ଡ଼ାକ୍ତର ରତିକାନ୍ତ ଖଟୁଆ ଆଇଏମ୍ଏ ଷ୍ଟାଣ୍ଡିଂ କମିଟିକୁ ମନୋନୀତ ହୋଇଛନ୍ତି ।  ମୁମ୍ବାଇର ଡ଼ା, ଅନୀଲ ଏସ୍.ପଞ୍ଚନେକର ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଏବଂ ସର୍ବଭାରତୀୟସ୍ତରରେ ଏଥିରେ ୧୨ ଜଣ ଡ଼ାକ୍ତରଙ୍କୁ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରେ କେନ୍ଦୁଝରର ଡ଼ାକ୍ତର ମହେଶ ପ୍ରସାଦ ମହାନ୍ତ ଓ କୋରାପୁଟର ଡ଼ାକ୍ତର ରତିକାନ୍ତ ଖଟୁଆ ଅନ୍ତର୍ଭୁକ୍ତ । ଆଇଏମ୍ଏର ସର୍ବଭାରତୀୟ ସଭାପତି ରଞ୍ଜନ ଶର୍ମା ଏମାନଙ୍କୁ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଥିବା ସାଧାରଣ ସମ୍ପାଦକ ଆର୍.ଭି.ଅଶୋକାନ ସୂଚନା ଦେଇଛନ୍ତି ।

Comments are closed.