ରାଜ୍ୟରେ କମୁଛି ସଂକ୍ରମଣ : ଅବହେଳା କଲେ ବଢିବ ସଂକ୍ରମଣ : ଆଇଏଲଏସ ନିର୍ଦେଶକ

ଭୁବନେଶ୍ଵର : ରାଜ୍ୟରେ କରୋନ ସଂକ୍ରମଣ ହ୍ରାସ ପାଉଛି। ତେବେ ଅବହେଳା କଲେ ଆଗାମୀ ଦିନରେ ସଂକ୍ରମଣ  ବୃଦ୍ଧି ପାଇବ ବୋଲି ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍)ର ନିର୍ଦେଶକ ଡକ୍ଟର ଅଜୟ ପରିଡା କହିଛନ୍ତି।

ତେବେ ରାଜ୍ୟରେ ମୃତ୍ୟୁହାର ବଢୁଥିଲେ ମଧ୍ୟ ଅନ୍ୟ ରାଜ୍ୟ ଠାରୁ କମ୍ ରହିଛି। ରାଜ୍ୟରେ ନମୁନା ପରୀକ୍ଷା କମ୍ ହୋଇନାହିଁ ତେବେ ବର୍ଷା ଯୋଗୁଁ ନମୁନା ସଂଗ୍ରହ ହ୍ରାସ ପାଇଥିବା ଡକ୍ଟର ପରିଡା କହିଛନ୍ତି। ଏବେ ଦୈନିକ ୫୦ ହଜାର ନମୁନା ପରୀକ୍ଷଣ ନେଇ ଲକ୍ଷ୍ୟ ରଖାଯାଇଛି। ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି। ଆଗକୁ ପୂଜା ଆସୁଥିବାରୁ ସତର୍କ ରହିବା ଆବଶ୍ୟକ। ଯଦି ଲୋକ ଅବହେଳା କରିବେ ​ତେବେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଡକ୍ଟର ପରିଡା କହିଛନ୍ତି।

Comments are closed.