ଓଡ଼ିଶାରେ ‘ରି-ଇନ୍ଫେକ୍ସନ୍’ ହେଉଛି କରୋନା, ଶୀତରେ ସଂକ୍ରମଣ ବଢ଼ିବା ସମ୍ଭାବନା

ଭୁବନେଶ୍ବର: ଓଡ଼ିଶାରେ ‘ରି-ଇନ୍ଫେକ୍ସନ୍’ ହେଉଛି କରୋନା ଭାଇରସ୍। ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବଢ଼ିବାରେ ସହାୟକ ହେଉଛି। ସଜାଗ ନ ରହିଲେ ବଢ଼ିବ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍) ନିର୍ଦେଶକ ପଦ୍ମଶ୍ରୀ ଡ.ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।

ପଦ୍ମଶ୍ରୀ ଅଜୟ ପରିଡ଼ା କହିଛନ୍ତି ଯେ ଏବେ ରାଜ୍ୟରେ କରୋନା ସଂକ୍ରମଣ କମିଛି। ଦୈନିକ ୧୫୦୦ ପାଖାପାଖି ରହିଛି। ଦୁର୍ଗାପୂଜାରେ କରୋନା ସଂକ୍ରମଣ ବଢ଼ିବା ଆଶା କରାଯାଉଥିଲା, କିନ୍ତୁ ଲୋକଙ୍କ ସହଯୋଗ ଯୋଗୁ କମିଛି। ଓଡ଼ିଶାରେ କରୋନା ‘ରି-ଇନ୍ଫେକ୍ସନ୍’ ହେଉଛି, କିନ୍ତୁ ବହୁତ କମ୍। ଆଇଏଲ୍ଏସ୍ରେ ଟେଷ୍ଟିଂ କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ଜଣଙ୍କ ‘ରି-ଇନ୍ଫେକ୍ସନ୍’ ହୋଇଛି। କରୋନା ପଜିଟିଭ୍ ପରେ କାହିଁକି ‘ରି-ଇନ୍ଫେକ୍ସନ୍’ ହେଉଛି, ତାହା ତର୍ଜମା ଚାଲିଛି। ରାଜ୍ୟରେ ‘ସେକେଣ୍ଡ ୱେଭ୍’ ସମ୍ଭାବନା ରହିଛି, ତେଣୁ ଲୋକେ ସଚେତନ ହେବା ଦରକାର ବୋଲି ସେ କହିଛନ୍ତି।
ଡ. ଅଜୟ ପରିଡ଼ା କହିଛନ୍ତି ଯେ ଶୀତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବିସିଜି ଟୀକା ଦ୍ବାରା କରୋନା ସଂକ୍ରମଣ ରୋକାଯିବା ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହର ସମ୍ଭାବନା ଥିବାରୁ ଅଧିକ ସଚେତନ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ୨୯ ଅକ୍ଟୋବର ସୁଦ୍ଧା ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୦୮ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ଦିନ ତଳରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୪ ହଜାରରୁ ଉପରେ ରହୁଥିବା ବେଳେ ଏବେ ୧୫୦୦କୁ ଖସିଛି। ସଂକ୍ରମଣ କମିଥିଲେ ମଧ୍ୟ ସଚେତନ ଓ ସଜାଗ ନହେଲେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି ।