ମୁମ୍ବଇ ଇଣ୍ଡିଆନ୍‌ସ ଦଳରେ ମାଲିଙ୍ଗାଙ୍କ ସ୍ଥାନ ନେଲେ ପାଟିନସନ୍‌

ମୁମ୍ବଇ: ମୁମ୍ବଇ ଇଣ୍ଡିଆନ୍‌ସ ଦଳ ତରଫରୁ ଚଳିତ ସଂସ୍କରଣ ଆଇପିଏଲ୍‌ରେ ଖେଳିପାରିବେ ନାହିଁ ଶ୍ରୀଲଙ୍କାର ବରିଷ୍ଠ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା। ବ୍ୟକ୍ତିଗତ କାରଣରୁ ମାଲିଙ୍ଗା ଆଇପିଏଲ୍‌ର ଚଳିତ ସଂସ୍କରଣରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍‌ସ ପାଟିନସନ୍‌ଙ୍କୁ ସାମିଲ କରାଯାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦଳର ମ୍ୟାନେଜମେଣ୍ଟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନାଥାଉକି ମାଲିଙ୍ଗା ଆଇପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୭୦ଟି ୱିକେଟ୍ ହାସଲ କରି ସାରିଛନ୍ତି।

Comments are closed.