ବେଆଇନ ପଥର ବ୍ଲାଷ୍ଟିଙ୍ଗ: ଅଳ୍ପକେ ବର୍ତ୍ତିଲେ ଅନେକ ଶ୍ରମିକ, ଆନ୍ଦୋଳନ ପାଇଁ ଚେତାବନି

ଫୁଲବାଣୀ/ବାଲିଗୁଡା: ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ପଥର ବ୍ଲାଷ୍ଟିଙ୍ଗ। ବ୍ଲାଷ୍ଟିଙ୍ଗ ସମୟରେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଊର୍ଦ୍ଧ୍ବ ଶ୍ରମିକ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣା ପ୍ରକାରେ, କନ୍ଧମାଳ ଜିଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରଷଦର ଥିବା ୧ନମ୍ବର ୱାର୍ଡର ବଡଗାଁ କନ୍ୟାଶ୍ରମ ପଛ ପାଖରେ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଏକ ପାଣିଟାଙ୍କି କାମ ଚାଲିଛି। ହଠାତ ଏହି କାମ ପରିସରରୁ ପଥର ଫାଟିବାର ଶବ୍ଦ ଶୁଣାଯାଇଥିଲା, ତାହା ଥରେ ନୁହେଁକି ଦୁଇଥର ନୁହେଁ ଲଗାତାର ଭାବେ ତିନିତିନି ଥର ପଥର ବ୍ଲାଷ୍ଟିଙ୍ଗ ଶବ୍ଦ ଶୁଣାଯାଇଥିଲା। ପଥର ବ୍ଳାଷ୍ଟିଙ୍ଗ୍‍ ପରେ ପଥର ଖଣ୍ଡ ଗୁଡ଼ିକ ଏଣେତେଣେ ଛିଟିକି ପଡ଼ିଥିଲା। ଉକ୍ତ ପଥର ବ୍ଳାଷ୍ଟିଙ୍ଗ୍‍ ହୋଇଥିବା ସ୍ଥାନଠାରୁ ମାତ୍ର କିଛି ମିଟର ଦୂରରେ ଅନୁସୁଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କଲେଜ ବିଲିଡିଙ୍ଗ କାମ ଚାଲିଛି। ପଥର ଫାଟିବା ଶବ୍ଦ ଶୁଣି କାମ କରୁଥିବା ଶ୍ରମିକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏତେ ଜୋରରେ ପଥର ବ୍ଲାଷ୍ଟିଙ୍ଗ ହୋଇଥିଲା ଯେ ପଥର ଫାଟି ଚାଲିଥିବା କଲେଜ ଓ କନ୍ୟାଶ୍ରମ ଏବଂ ପାଖାପାଖି ଘର ଉପରକୁ ଆଖପାଖ ଅଞ୍ଚଳକୁ ପଥର ଜୋରରେ ଫାଟି ଫିଙ୍ଗି ହୋଇପଡିଥିଲା। ପାଖରେ କାମ କରୁଥିବା ଶ୍ରମିକମାନଙ୍କୁ ପଥର ବାଜି କିଛି ଶ୍ରମିକ ଆହତ ହୋଇଥିବା ଶ୍ରମିକମାନେ କହିଛନ୍ତି। ତେବେ ବିନା ଅନୁମତି କିମ୍ବା ନ ଜଣାଇ କାହିଁକି ପଥର ବ୍ଲାଷ୍ଟିଙ୍ଗ କରୁଛ ବୋଲି ପଚାରିବାରୁ ଉକ୍ତ କାମ ତଦାରଖ କରୁଥିବା ସୁପରଭାଇଜରଙ୍କ ପ୍ରଶ୍ନ କରିବାରୁ ଆମେ କାହାର ଅନୁମତି ଆଣିବା ଆବଶ୍ୟକ ନାହିଁ କହି ସେଠାରୁ ଖସି ପଳାଇଥିଲେ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିନା ସୂଚନା ଓ ବିନା ଅନୁମତିରେ କିଭଳି ପଥର ବ୍ଲାଷ୍ଟିଙ୍ଗ କରିଛନ୍ତି ଓ କିଭଳି ଓ କାହା ଇଙ୍ଗିତରେ ଜନଗହଳିପୂର୍ଣ୍ଣ ସ୍ଥାନରେ ପଥର ବ୍ଲାଷ୍ଟିଙ୍ଗ କରାଗଲା ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ଏହି କାରଣରୁ କାହାର କିଛି କ୍ଷତି ଘଟିଥିଲେ ସେଥିପାଇଁ କିଏ ଦାୟି ରହିଥାନ୍ତେ ବୋଲି ଅନ୍ୟଏକ କାମରେ କାର୍ଯ୍ୟରତ ଶ୍ରମିକମାନେ ପ୍ରକାଶ କରିଛନ୍ତି। ବର୍ତମାନ ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ଭରଣ ପୋଷଣ କିଏ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଚାଲିଥିବା ଉକ୍ତ କାମରେ ସଂପୃକ୍ତ ଠିକାଦାରଙ୍କ ଦ୍ୱାରା କାମ ଦେଖିବା ପାଇଁ ନିଯୁକ୍ତି ଥିବା ସୁପରଭାଇଜର ପ୍ରଶାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଆମକୁ କାହିଁକି ପଚାରୁଛନ୍ତି ଆମକୁ ପିଏଚଡି ଏସଡିଓ ପଥର ବ୍ଲାଷ୍ଟିଙ୍ଗ କରିବାକୁ କହିବା ପରେ ଆମେ ପଥର ବ୍ଲାଷ୍ଟିଙ୍ଗ କରିଛୁ ତେଣୁ ଏସଡିଓଙ୍କୁ ପଚାରନ୍ତୁ ବୋଲି କହିଛନ୍ତି। ବିଭାଗୀୟ ଏସଡିଓଙ୍କ ସହ ଯୋଗ।।ଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିବାରୁ ଏ ସଂପର୍କରେ ବାଲିଗୁଡ଼ା ତହସିଲଦାର ଓ ଅଗ୍ନିଶମ ବିଭାଗକୁ ପଚାରିବାରୁ କାହାକୁ ପଥର ବ୍ଲାଷ୍ଟିଙ୍ଗ କରିବା ନିମନ୍ତେ ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି। ବିନା ଅନୁମତିରେ କିଭଳି ପଥର ବ୍ଲାଷ୍ଟିଙ୍ଗ କରାଯାଇଛି ଏହାକୁ ନେଇ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା କହଛନ୍ତି ଓ ଏହି ପଥର ବ୍ଲାଷ୍ଟିଙ୍ଗ ଉପରେ ତଦନ୍ତ କରାଇ ଏହା ଉପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଠିକାଦାର ଓ ସୁପରଭାଇଜରଙ୍କ ବିରୁଧରେ ଦୃଢ କାର୍ଯ୍ୟାନହୁଷ୍ଠାନ ନେବାକୁ ଦାବୀ କରିଛନ୍ତି ଶ୍ରମିକ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହେଲେ ଆନ୍ଦୋଳନ ଧକମ ଦେଇଛନ୍ତି ଶ୍ରମିକ ଓ ଅଞ୍ଚଳବାସୀ।

Comments are closed.