୪ହଜାର ଲିଟର ପୋଚ ଜବତ, ୧ ଗିରଫ

ଗୁରୁଡିଝାଟିଆ: ଅବକାରୀ ବିଭାଗର ଉପଅଧିକ୍ଷକଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଅଁସର ନିକଟରୁ ୪ହଜାର ଲିଟର ପୋଚକୁ ଜବତ କରାଯାଇ ରଜେନ୍ଦ୍ର ଛାତର ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ୪ଜଣ ଅଭିଯୁକ୍ତ ମଦରନ୍ଧା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ଦୌଡି ପଳାଇଥିଲେ। ହେଲେ ଗିରଫ ଚାତରକୁ ଅବକାରୀ ବିଭାଗର କର୍ମଚାରୀମାନେ ମାଡି ବସିଥିଲେ। ମଦରନ୍ଧା ସାମଗ୍ରୀ ଯଥା ଡେକଚି ଏବଂ ମଦ ରଖିବା ଜାର ଇତ୍ୟାଦିକୁ ଅବକାରୀ ବିଭାଗ ଜବତ କରିଛି। ଭ୍ରାମ୍ୟମାଣ ସ୍କ୍ୱାଡର ନିରୀକ୍ଷକ ସଂଜିତ ବାଲା, ଉପନିରୀକ୍ଷକ ବେଣୁଧର ସାମଲ, ମାଗୁଣୀ ଚରଣ ମାଝି, କେନ୍ଦ୍ରିୟ ଅବକାରୀ ଗୁଇନ୍ଦା ବିଭାଗର ଉପନିରୀକ୍ଷକ ସୌମ୍ୟ ରଞ୍ଜନ ସିଂ ଓ ଆଠଗଡ ଅବକାରୀ ବିଭାଗର ବିଜୟ କୁମାର ଭୋଇ ପ୍ରମୁଖ ଚଢାଉରେ ଭାଗ ନେଇଥିବା ବେଳେ ଖୁଣ୍ଟୁଣୀ ପୋଲିସ ସହାୟତା ପ୍ରଦାନ କରିଥିଲେ।

Comments are closed.