ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ, ୩ ଗିରଫ

ଯୋଡା: ବାମେବାରୀ ଥାନା ଅନ୍ତର୍ଗତ ଜଗଦଳା ଡ୍ୟାମ ନିକଟରୁ ପ୍ରାୟ ୩୫ ଟନ୍‍ରୁ ଊର୍ଦ୍ଧ୍ବ ଚୋରା ଲୁହାପଥର ବୋଝେଇ ଜେଏଚ-୧୦ଡବ୍ଲୁ-୮୮୧୧ ନମ୍ବର ଟ୍ରକ୍‍କୁ ବାମେବାରୀ ଥାନା ପୁଲିସ ଏସଆଇ ମାର୍ଟିନ କୁଜୁର ଚଢାଉ କରି ଜବତ କରିଥିବାର ଖବର ମିଳିଛି। ସାମ୍ପ୍ରତିକ ବଜାର ଦର ଅନୁଯାୟୀ ଜବତ ଲୁହାପଥରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘଟଣା ସହ ସମ୍ପୃକ୍ତ ରଣଜୀତ୍‍ ଗାରୋଇ, ସୁବାଷ ଚକ୍ରବର୍ତ୍ତୀ ଏବଂ ଗୁରୁ ନାୟକ ନାମକ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ କରୁଥିବା ବାମେବାରୀ ଥାନା ଏସଆଇ ଜନ ପଟ୍ଟନାୟକ କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଘଟଣା ସ୍ଥଳରେ ଅତର୍କିତ ଭାବେ ଚଢାଉ କରିଥିଲେ।

ତେବେ କେଉଁଠାରୁ ଏହି ଚୋରା ଲୁହାପଥର ବୋଝେଇ ହୋଇ କେଉଁଠାରେ ଖଲାସ ନିମନ୍ତେ ଯାଉଥିଲା ଏବଂ ଏହି ଘଟଣା ସହ ଅନ୍ୟ କିଏ କିଏ ପ୍ରତ୍ୟକ୍ଷ ବା ପରୋକ୍ଷରେ ସମ୍ପୃକ୍ତ ଅଛନ୍ତି ସେସବୁ ନିମନ୍ତେ ତଦନ୍ତ ଜାରି ରହିଥିବା ଖବର ମିଳିଛି। ତେବେ ଏହା ପଛରେ ଏକ ବଡଧରଣର ଲୁହାପଥର ଚୋରା ରାକେଟ୍‍ ଓ କେତେକ ମାର୍କାବାଲା ମାଫିଆ ଖଣିଜ ସମ୍ପଦ ଚୋରାକାରବାରୀ ସମ୍ପୃକ୍ତ ଥିବାର ସନ୍ଦେହ ପ୍ରକାଶ ପାଇଛି।

Comments are closed.