ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ବେଆଇନ କ୍ରସର ୟୁନିଟ ଉଚ୍ଛେଦ

ଯାଜପୁର (ଆନନ୍ଦ): ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ କରାଯାଇଛି। ବିଛାଖଣ୍ଡି ଅଞ୍ଚଳରୁ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଏସ୍ଡ଼ିପିଓ ଚିନ୍ମୟ କୁମାର ନାୟକ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ସମେତ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

ପୂର୍ବରୁ ଏହି ତହସିଲ ଅଧିନ ୪୨ଗୋଟି ବେଆଇନ କ୍ରସର ୟୁନିଟକୁ ଉଛେଦ କରିବା ପାଇଁ ଧର୍ମଶାଳା ତହସିଲ ପ୍ରଶାସନ ନୋଟିସ ଜାରି କରିଥିଲା। ତଦନୁଯାୟୀ ପ୍ରଶାସନ ପକ୍ଷରୁ ଆଜି ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ପର୍ୟ୍ୟାୟକ୍ରମେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଏଡିଏମ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.