ଆଇଆଇଟି, ଆଇଆଇଏମ୍‍ ଛାତ୍ରଛାତ୍ରୀଙ୍କୁ ମିଳୁଛି ଦ୍ୱିଗୁଣ ଦରମା

0

ମୁମ୍ବଇ: ଅନ୍ୟ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ତୁଳନାରେ ଆଇଆଇଟି ଓ ଆଇଆଇଏମ୍‍ ଛାତ୍ରୀଛାତ୍ରୀଙ୍କୁ ଦ୍ୱିଗୁଣରୁ ଅଧିକ ଦରମାରେ ଚାକିରି ମିଳୁଛି। ଜଣେ ସାଧାରଣ ଇଞ୍ଜିନିୟରଙ୍କ ତୁଳନାରେ ଆଇଆଇଟିରୁ ଡିଗ୍ରୀଧାରୀ ଇଞ୍ଜିନିୟରଙ୍କୁ ୧୩୭ ପ୍ରତିଶତ ଅଧିକ ଦରମା ମିଳୁଥିବା ବେଳେ ସାଧାରଣ ଏମ୍‍ବିଏ ଅଧିକାରୀଙ୍କ ତୁଳନାରେ ଆଇଆଇଏମ୍‍ରୁ ଉତ୍ତୀର୍ଣ୍ଣ ଜଣେ ଅଧିକାରୀଙ୍କୁ ମିଳୁଛି ୧୨୧ ପ୍ରତିଶତ ଅଧିକ ଦରମା।
ବିଶ୍ୱସ୍ତରରେ ଅନ୍‍ଲାଇନ୍‍ ଦକ୍ଷତା ବୃଦ୍ଧି ସେବା ପ୍ରଦାନ କରୁଥିବା ମେଟଲ୍‍ ନାମକ ଏକ ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ଆଇଆଇଟିରୁ କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟି ପାସ୍‍ କରିଥିବା ଛାତ୍ରଛାତ୍ରୀ କୌଣସି କମ୍ପାନୀରେ କାମ କଲେ ସେମାନଙ୍କୁ ବାର୍ଷିକ ୬.୯ଲକ୍ଷ ଟଙ୍କାର ପ୍ୟାକେଜ୍‍ ମିଳୁଛି। ସେହିପରି ଆଇଆଇଏମ୍‍ରୁ ଏମ୍‍ବିଏ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୪.୮ ଲକ୍ଷ ଟଙ୍କାର ପ୍ୟାକେଜ୍‍ ମିଳୁଛି। ଆଞ୍ଚଳିକ ଭିତ୍ତିରେ ଦେଖିବାକୁ ଗଲେ ଦେଶର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ପଶ୍ଚିମ ଭାରତରେ ୧୭ ପ୍ରତିଶତ ଅଧିକ ଦରମା ମିଳୁଛି।

Leave A Reply