ଆଜିଠାରୁ ୪ର୍ଥ ଭାରତ ଅର୍ନ୍ତରାଷ୍ଟ୍ରୀୟ ବିଜ୍ଞାନ ପର୍ବ

0

ଲକ୍ଷ୍ନୌ : ୨୦୧୫ ରେ ନୂଆଦିଲ୍ଲୀରୁ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ପର୍ବ(ଇଣ୍ଡିଆ ଇଣ୍ଟରନେସ୍‌ନାଲ ସାଇନ୍ସ ଫେଷ୍ଟିଭାଲ-ଆଇଆଇଏସ୍‌ଏଫ୍‌)ର ଚତୁର୍ଥ ସମ୍ମେଳନ ଅକ୍ଟେବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେଉଛି । ଜାମ୍ମୁ-କାଶ୍ମୀରରୁ କେରଳ, ଗୁଜରାଟ ଏବଂ  ଓଡ଼ିଶା ସମେତ ଭାରତର ପ୍ରତିକୋଣ ଅନୁକୋଣରୁ ବିଜ୍ଞାନ ପିପାଶୁ ଛାତ୍ରଛାତ୍ରୀ, ବିଜ୍ଞାନ ଶିକ୍ଷକ, ଗବେଷକ, ବୈଜ୍ଞାନିକ ଓ ବୁଦ୍ଧିଜୀବୀ ଏଥିରେ ଯୋଗଦେଉଛନ୍ତି। ସେହିପରି ଅନ୍ତରାଷ୍ଟ୍ରୀୟ କ୍ଷେତ୍ରର ପ୍ରଥିତଯଶା ବୈଜ୍ଞାନିକ ସେମାନଙ୍କ ବିଜ୍ଞାନ ସାଧନାର ତଥ୍ୟ ଏହି ମଞ୍ଚରେ ରଖିବେ । ଏହି ବିଜ୍ଞାନ ମହାପର୍ବରେ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ, ୫୫୦ ଶିକ୍ଷକ, ୨୦ ଅନ୍ତର୍ରାଷ୍ଟ୍ରୀୟ ପ୍ରତିନିଧି, ୨୦୦ ଷ୍ଟାର୍ଟଅଫ୍‌ଙ୍କୁ ମିଶାଇ ପ୍ରାୟ ୧୦ ହଜାରରୁ ଅଧିକ ପ୍ରତିନିଧି ଭାଗନେଇ ଆଧୁନିକ ବିଜ୍ଞାନ, କାରିଗରୀ କୌଶଳ, ନୂତନ ଗବେଷଣା ଓ ଅନୁସନ୍ଧାନ ଲାଗି ପ୍ରେରଣା ହାସଲ କରିବେ। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ, ପୃଥ୍ବୀ ବିଜ୍ଞାନ, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏହି ବିଜ୍ଞାନ ମହାପାର୍ବଣରେ ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ସାହିତ୍ୟ, କଳା, ମନୋରଞ୍ଜନ, ଭାସ୍କର୍ଯ୍ୟ, କାରିଗରୀ, ବାଓଟେକ୍ନୋଲୋଜି, ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମ, ସୃଜନଶୀଳତା, ଜଳବାୟୁ ସଂରଚନା, ନବଭାରତ ନିର୍ମାଣ ଓ ବିଶ୍ବରେକର୍ଡ ଉଦ୍ୟମ ଭଳି ପ୍ରାୟ ୨୩ଟି ବିଭବରେ ବିଜ୍ଞାନର ଉପଯୋଗିତା ଓ ଉତ୍କର୍ଷତା ପ୍ରଦର୍ଶିତ ହେବ। ଆଇଆଇଏଫଏସ-୨୦୧୮ର ଥିମ୍ ହେଉଛି – ସାଇନ୍ସ ଫର୍ ଟ୍ରାନ୍ସଫର୍ମେସନ୍‌(ପରିବର୍ତ୍ତନ ପାଇଁ ବିଜ୍ଞାନ)।

Leave A Reply