ବ୍ରହ୍ମପୁର ଆଇଜରର ପ୍ରଥମ ସମାବର୍ତ୍ତନ ଉତ୍ସବ

ଗୋପାଳପୁର : ଲାଉଡ଼ିଗାଁ ଠାରେ ଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର)ର  ସ୍ଥାୟୀ କ୍ୟାମ୍ପସ ପରିସରରେ ଗୁରୁବାର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧ୍ୟାପିକା ଡ଼ ସାଲଭି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶକ କେ. ଭି ଚାରି ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଭାସି ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ପରମାଣୁ ଶକ୍ତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡ଼ ଅନିଲ କାକୋଦକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାବର୍ତ୍ତନ ଉତ୍ସବର ଶୁଭାରମ୍ଭ କରିବା ସହ ବିଦ୍ୟାର୍ଥୀ ମାନଙ୍କୁ ଆଗାମୀ ଦିନରେ ସମାଜର ହିତ ନିମନ୍ତେ ନିଜକୁ ସମର୍ପିତ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଏମ୍ ଏସ୍ ଏନ୍ ପ୍ରୟୋଗଶାଳାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ଆଇଜର ପରିଚାଳନା କମିଟି ଅଧ୍ୟକ୍ଷ ଡ଼ ଏମ୍ ଏସ୍ ଏନ୍ ରେଡ୍ଡୀ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ନିଜର ଅଭିଜ୍ଞତା ଓ ପ୍ରୟାଗକୁ ସମାଜର ହିତ ସାଧନ ନିମନ୍ତେ ଉତ୍ସର୍ଗୀକୃତ କରିବାକୁ ପ୍ରକାଶ କରିଥିଲେ।
ଏହି ଅବସରରେ ବି.ଏସ.-ଏମ୍.ଏସ. ଦ୍ବୈତ ଡିଗ୍ରୀ ଲାଭ କରିଥିବା ସମୁଦାୟ ୪୫ ଜଣ ଜୀବ/ରସାୟନ /ଗଣିତ/ପଦାର୍ଥ ବିଜ୍ଞାନରେ ବିଦ୍ୟାର୍ଥୀ ମାନଙ୍କୁ ଦୈତ୍ୟ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଥିବା ଆଦିତ୍ୟ ପ୍ରସାଦ ଦାସ ଙ୍କୁ ରାଷ୍ଟ୍ରପତି ସ୍ଵର୍ଣ୍ଣ ପଦକ ଏବଂ ଅଇନ୍ଦ୍ରିଳା ରୟ ଙ୍କୁ ନିର୍ଦ୍ଦେଶକ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ଦୁର୍ଗା ଦାସ ମହାନ୍ତ,  ପ୍ରିୟଙ୍କା ଦାସ, ସୁଜାତା ନନ୍ଦି, ଅର୍ଣ୍ଣଵ ରାୟ, କୈସଭ ନାରାୟଣ ମୈତୀ ଓ ରାହୁଲ ଭୂୟାଁ ପ୍ରମୁଖଙ୍କୁ  ବିଭିନ୍ନ ସମ୍ମାନ ଜନକ ପଦକ ପ୍ରଦାନ କରାଯାଇଥିଲା । ଏଠାରୁ ଶିକ୍ଷା ସମାପ୍ତ କରି  ଏକ ତୃତୀୟାଂଶରୁ ଅଧିକ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଭାରତ ତଥା ବିଦେଶରେ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ପି.ଏଚ.ଡି. କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ ହୋଇଛନ୍ତି। କର୍ଣ୍ଣେଲ ବିଶ୍ଵବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ତଥା ୟୁରୋପୀୟ ଆଣବିକ ଜୀବ ବିଜ୍ଞାନ ପ୍ରୟୋଗଶାଳା ରେ ପିଏଚଡ଼ି କରୁଥିବା ନିର୍ଦ୍ଦେଶକ ଡ଼ ଚାରି ସୂଚନା ଦେଇଥିଲେ।

 ଆଇଜର ଅନୁଷ୍ଠାନ ବ୍ରହ୍ମପୁର ଆଇଟିଆଇ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ୨୦୧୬ ମସିହାରେ ଦେଶରେ ଥିବା ସାତୋଟି ଆଇଜର  ମଧ୍ୟରେ ସବୁଠାରୁ କନିଷ୍ଠ ଭାବରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ) ପ୍ରତିଷ୍ଠିତ ହୋଇଥିଲା।  ଅନୁସନ୍ଧାନ ସହିତ ବିଜ୍ଞାନ ଶିକ୍ଷାକୁ ଏକୀକୃତ କରିବାର ମୂଳ ଉଦ୍ଦେଶ୍ୟ ନେଇ ଆଇଜର ବ୍ରହ୍ମପୁର ବି.ଏସ.-ଏମ୍.ଏସ. (ଦ୍ବୈତ ଡିଗ୍ରୀ), ଇଣ୍ଟିଗ୍ରେଟେଡ୍ ପି.ଏଚ.ଡି. ଏବଂ ପି.ଏଚ.ଡି. ସହ ପୋଷ୍ଟ-ଡକ୍ଟରାଲ୍ ପ୍ରଶିକ୍ଷଣ ଏବଂ ବିଜ୍ଞାନର ବିବିଧ ବିଭାଗରେ ଅନୁସନ୍ଧାନ ମୂଳକ କାର୍ଯ୍ୟକ୍ରମ ଜାରି ରଖିଛି। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସହ ନିର୍ଦେଶକ ଯୋଗେନ୍ଦ୍ର ଶର୍ମା, କୁଳସଚିବ ବି. ଜେ ଆଚାରିଲୁ, ଡିନ ଏକାଡେମିକି ଏସ ଏନ ମିଶ୍ର, ଉପ କୁଳସଚିବ କେ ମଞୁନାଥ ଓ ଧର୍ମେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

Comments are closed.