ମହଙ୍ଗା ପଡିଲା ଅପରାଧୀ ସହ ସେଲଫି ; ବଦଳିଲେ ଆଇଆଇସି

ପୁରୀ :  ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅପରାଧୀ ସହ ସେଲଫି ଉଠାଇବା ଆଇଆଇସିଙ୍କ ପାଇଁ ମହଙ୍ଗା ପଡିଛି। ସେଲଫି ଉଠାଇବା ଅଭିଯୋଗରେ ରାମଚଣ୍ଡି ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ହତ୍ୟା ମାମଲାରେ ଅଭିଯୁକ୍ତ ଜଣେ ଅପରାଧୀକୁ ଗିରଫ କରି ଥାନାକୁ ଆଣିବା ବେଳେ ସେ ତା’ସହିତ ସେଲଫି ଉଠାଇଥିଲେ। ଏହା ଗଣମାଧ୍ୟମରେ ଭାଇରାଲ ହୋଇଥିଲ। ଘଟଣା ଜଣାପଡିବା ପରେ ଏସପି ଉମା ଶଙ୍କର ଦାଶଙ୍କ ନିର୍ଦେଶ ଅନୁସାରେ ତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ​‌

Comments are closed.