ଲାଞ୍ଚ ନେବା ଘଟଣାରେ ଗିରଫ ମହିଳା ଆଇଆଇସି ନିଲମ୍ବିତ

0

ଅନୁଗୁଳ: ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ହାତରେ ଧରା ପଡିଥିବା ମହିଳା ପୁଲିସ ଅଧିକାରୀଙ୍କୁ ଗୁରୁବାର ଦିନ ନିଲମ୍ବିତ କରାଯାଇଛି। ପୁଲିସ ଡିଜିପି ଆର.ପି.ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲା ଏନଟିପିସି ଟାଉନ ଥାନା ଆଇଆଇସି ମୋହୋସ୍ମିତା ପଣ୍ଡାଙ୍କୁ ସୋମବାର ଦିନ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା। ଅଭିଯୋଗକାରୀ ଶୁଭେନ୍ଦୁ ଦାସଙ୍କ ଠାରୁ ଏକ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେଉଥିବା ସମୟରେ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲେ।

Leave A Reply