ଖାକିରେ ଦାଗ: ମହିଳା ସହଯୋଗୀଙ୍କୁ ଅସଦାଚରଣ ଅଭିଯୋଗ, ପୁଲିସ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ନନ୍ଦନକାନନ ଥାନାର ପୂର୍ବତନ ଅଧିକାରୀ ପରମାନନ୍ଦ ନାୟକଙ୍କୁ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଗୁରୁବାର  ନିଲମ୍ବିତ କରିଛନ୍ତି। ଥାନା ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ଏସ୍‌ଆଇ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଭଳି ଅଭିଯୋଗ ପାଇବା ପରେ ପୁଲିସ କମିସନର ତୁରନ୍ତ ଥାନା ଅଧିକାରୀଙ୍କ ଦାୟିତ୍ବରୁ ଅପସାରଣ କରି ନେଇଥିଲେ। ଏହାର ତଦନ୍ତ ଦାୟିତ୍ବ ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ  ହସ୍ତାନ୍ତର କରାଯାଇଥିଲା। ଗତ ମଙ୍ଗଳବାର ଡିସିପି ଏନେଇ ଏକ ବିସ୍ତୃତ ରିପୋର୍ଟ କମିସନରଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ଇନ୍ସପେକ୍ଟର ଶ୍ରୀ ନାୟକଙ୍କ ବିରୋଧରେ ଆପାତତଃ ପ୍ରମାଣ ରହିଥିଲା। ତେବେ ଏହାକୁ ଆଧାର କରି ପୁଲିସ ମହାନିର୍ଦେଶକ ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।

Comments are closed.