ପ୍ଲାଜ୍‌ମା ସଂଗ୍ରହରେ ସୁନ୍ଦରଗଡ଼ ଜିଲା ସମଗ୍ର ରାଜ୍ୟରେ ପ୍ରଥମ

ରାଉରକେଲା ପ୍ଳାଜମା ବ୍ୟାଙ୍କରେ ସର୍ବାଧିକ ୧୦୪ ୟୁନିଟ ପ୍ଳାଜ଼ମା ସଂଗ୍ରହ

ରାଉରକେଲା: କୋଭିଡ ସଂକ୍ରମଣ ଓ ବ୍ୟାପକତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନାର ସଞ୍ଜୀବନୀ ପ୍ଲାଜମା ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡିଶା ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଆଇଜିଏଚ ଠାରେ ରାଜ୍ୟର ତୃତୀୟ ପ୍ଳାଜମା ବ୍ୟାଙ୍କକୁ ଗତ ୩୦/୦୭/୨୦ରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରି ଜିଲ୍ଲା ବାସୀଙ୍କ ନିମନ୍ତେ ଉସର୍ଗ କରିଥିଲେ। ଯାହା ସୁନ୍ଦରଗଡ଼ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଗୁରୁତର ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି। ଆଜି ସୁଦ୍ଧା ଏହି ପ୍ଳାଜମା ବ୍ୟାଙ୍କରେ ସର୍ବାଧିକ ୧୦୪ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ରାଉରକେଲା ପ୍ଳାଜମା ସଂଗ୍ରହରେ ରାଜ୍ୟରେ ସର୍ବପ୍ରଥମ ହୋଇପାରିଛି । ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ, ଏହି ଗୌରବ ପାଇଁ ଜିଲ୍ଲା ପ୍ରଶାସନ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ପ୍ଲାଜମା ସଂଗ୍ରହର ଦ୍ରୁତ ଅଗ୍ରଗତିରେ ବିଧାୟକଙ୍କ ସମ୍ପୃକ୍ତି ତଥା ପ୍ଳାଜମା ଦାନ ନିମନ୍ତେ ବ୍ୟକ୍ତିଗତ ଭାବେ ଉତ୍ସାହିତ କରିବା ହେତୁ ଏହାର ସଂଖ୍ୟା ବୃଦ୍ଧି ହେଉଛି। ପୁନଶ୍ଚ ଜିଲ୍ଲାରେ ପ୍ଳାଜ଼ମା ଦାନ ନିମନ୍ତେ ପ୍ରଶାସନ ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଦୁଇ ଜଣ ଓଏଏସ ଅଧିକାରୀଙ୍କ ତତ୍ତ୍ବାବଧାନରେ ୨ ଗୋଟି ଦଳ ପ୍ଳାଜ଼ମା ଦାନ ନିମନ୍ତେ ଘରକୁ ଘର ବୁଲି ଉତ୍ସାହିତ କରୁଛନ୍ତି, ଏପରିକି ଜିଲ୍ଲା କଲ ସେଣ୍ଟର ରୁ ମଧ୍ୟ୍ୟ ପୁନଃ ପୁନଃ ଯୋଗାଯୋଗ କରାଯାଇ ଏହି ମହାନ ଦାନ ପାଇଁ ପ୍ରବର୍ତ୍ତା ଯାଉଛି। ଏହି ପ୍ଲାଜମା ଦାନ ସଂଗ୍ରହ ନିମନ୍ତେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ସ୍ବେଛାସେବୀଙ୍କ ସ୍ୱତଃ ସମ୍ପୃକ୍ତି ପାଇଁ ପ୍ରଶାସନ ତରଫରୁ ଧନ୍ୟବାଦ ଦିଆଯାଉଛି। ବିଶେଷ ଭାବେ ପ୍ଳାଜମା ଦାନ କରିଥିବା ବ୍ୟକ୍ତି ବିଶେଷ, ସଂଗ୍ରହରେ ସମ୍ପୃକ୍ତ ଡାକ୍ତର ସମୂହ, ସ୍ୱାସ୍ଥ୍ୟକର୍ମୀ ପ୍ରଭୃତିଙ୍କୁ ପ୍ରଶାସନ ତରଫରୁ ସାଧୁବାଦ ଦେବା ସହ ତାଙ୍କର ଏହି ମହତ ଯୋଗଦାନ ପାଇଁ ସମ୍ମାନିତ କରି ଧନ୍ୟ ହୋଇଛି।


ଗତ ଦିନରେ ଜିଲ୍ଲାର ପ୍ଲାଜମା ଦାନ ନିମନ୍ତେ ସମ୍ମାନିତ କରାଯାଇଥିବାବେଳେ ଆଜି ସ୍ଥାନୀୟ ଆଇ ଟିଡିଏ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ରୋଟାରୀ କ୍ଲବ, ଲାୟନ କ୍ଲୁବ, ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ତରଫରୁ ଏହି ମହାନ ଦାନ ନିମନ୍ତେ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଛି। ଆଜିର ଏହି ଅବସରରେ ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆଇଜିଏଚ ନିର୍ଦେଶକ ବି.କେ. ହୋତା, ପ୍ରେସିଡେଣ୍ଟ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ପ୍ରବୀଣ ଗର୍ଗ, ଓଏସଏପି କମାଣ୍ଡାଣ୍ଟ ପି.କେ. ମିଶ୍ର ପ୍ରମୁଖଙ୍କ ସହ ବିଶେଷ କର୍ମକର୍ତ୍ତା ପ୍ରମୁଖ ପ୍ଳାଜ଼ମାଦାତାଙ୍କୁ ଉତ୍ସାହିତ କରିବାସହ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ସଂଗ୍ରହ ନିମେନ୍ତ ଗୁରୁତ୍ୱାରୋପ କରିଛନ୍ତି।

Comments are closed.