ଆଇଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏସ୍‍ପି

0

ଚେନ୍ନଇ : ତାମିଲନାଡୁର ଜଣେ ପୁଲିସ ଆଇଜିଙ୍କ ବିରୋଧରେ ଯୌନ ନର୍ଯାତନା ଅଭିଯୋଗ ଆଣିଛନ୍ତି ମହିଳା ପୁଲିସ ଅଧୀକ୍ଷକ(ଏସ୍‍ପି)। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଆଇଜି ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହୋଇଛନ୍ତି; କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଆଇଜି ତାଙ୍କୁ ଅସମୟରେ ନିଜ କାର୍ଯ୍ୟାଳୟକୁ ଡାକି ଅସୌଜନ୍ୟ ବ୍ୟବହାର କରିବା ସହ ପ୍ରେମ ନିବଦେନ କରିଛନ୍ତି। ଅନେକ ସମୟରେ ମୋବାଇଲ ଫୋନ୍‍ରେ ନିଜେ ଅଶ୍ଳୀଳ ଭିଡିଓ ଦେଖିବା ସହ ତାଙ୍କୁ ଦେଖାଇବାର ଚେଷ୍ଟା କରିଛନ୍ତି। ଗତ ପ୍ରାୟ ୭ମାସ ଧରି ସେ ଏଭଳି ବ୍ୟବହାର ପ୍ରଦର୍ଶନ କରିଆସୁଛନ୍ତି। ଏହାର ପ୍ରତିବାଦ କଲେ ଆଇଜି ତାଙ୍କୁ ନାନା ଧମକ ଧମକଚମକ ଦେଉଛନ୍ତି। ଏସ୍‍ପିଙ୍କ ଅଭିଯୋଗ ପାଇବା ପରେ ସରକାର ଏ ସମ୍ପର୍କରେ ତଦନ୍ତ ନିର୍ଦେଶ ଦେଇଛନ୍ତି।

Leave A Reply