ଆଜିଠାରୁ ଭାରତୀୟ ମହିଳା ଫୁଟବଲ ଲିଗ୍‌ ; ଅଧିନାୟିକାଙ୍କ ସହ ପରିଚିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଭୁବନେଶ୍ବରରେ ଶୁକ୍ରବାରଠାରୁ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଚତୁର୍ଥ ସଂସ୍କରଣ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିଥିବା ୧୨ଟି ଦଳର ଅଧିନାୟିକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟାଡ଼ିୟମରେ ଭେଟିବା ସହ ପରିଚିତ ହୋଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ‌େ‌ ଏଆଇଏଫଏଫଉପ ସଚିବ ଅଭିଷେକ ଯାଦବ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜର୍ସି ଉପହାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ୧୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମ, ସପ୍ତମ ବାଟାଲିୟନ ଓ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପଡିଆରେ ଖେଳାଯିବ। ଏଥିରେ ମୋଟ ୬୬ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୩୦ଟି ମ୍ୟାଚ ୟୁରୋସ୍ପୋର୍ଟ୍ସସ ଇଣ୍ଡିଆରେ ସିଧା ପ୍ରସାରଣ ହେବ। ମେ ୨୬ରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

Comments are closed.