ଆଜିଠାରୁ ୪୯ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ

0

ଗୋଆ : ଗୋଆର ପଣଜୀଠାରେ ଆଜିଠାରୁ ୪୯ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‍ଏଫ୍‍ଆଇ) ଆରମ୍ଭ ହେଉଛି। ଏଠାରେ ଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଉଦ୍‍ଘାଟନ ସମାରୋହ ଅନୁଷ୍ଠିତ ହେବ। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଏବଂ ଅଭିନେତା ଅକ୍ଷୟ କୁମାର ପ୍ରମୁଖ ଉଦ୍‍ଘାଟନ ଉତ୍ସବରେ ଉପସ୍ଥିତ ରହିବେ। ଆଇଏଫ୍‍ଏଫ୍‍ଆଇର ନିର୍ଦ୍ଦେଶକ ଚୈତନ୍ୟ ପ୍ରସାଦ କହିଛନ୍ତି ଯେ ଉଦ୍‍ଘାଟନୀ ସମାରୋହରେ ନିଉ ଇଣ୍ଡିଆ ଏବଂ ବିଭିନ୍ନ ପିଢ଼ିର ସିନେମା ପ୍ରଦର୍ଶନ ଉପରେ ଦୃଷ୍ଟି ଦିଆଯାଇଛି। ଏହି ୯ ଦିନିଆ କାର୍ଯ୍ୟକ୍ରମରେ ୬୮ଟି ଦେଶର ୨୧୨ଟି ଫିଲ୍ମ ପ୍ରଦର୍ଶୀତ ହେବ। ‘ଦ ଆସପ୍ରେନ୍‍ ପେପରସ୍‍’ ଉଦ୍‍ଘାଟନୀ ଏବଂ ‘ସିଲଡ୍‍ ଲିପସ୍‍’ ଉଦ୍‍ଯାପନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶୀତ ହେବ।

Leave A Reply