ନିଯୁକ୍ତି ପାଇଁ ଖୋଲିଲା ନୂଆ ପୋର୍ଟାଲ୍‍ ‘ଇଫ୍‍କୋ ଯୁବା’

0

ଭୁବନେଶ୍ୱର: ନିଯୁକ୍ତିପାଇଁ କୌଶଳ ବିକାଶ ପରିପ୍ରେକ୍ଷୀରେ ‘ଇଫ୍‍କୋ’ ପକ୍ଷରୁ ‘ଇଫ୍‍କୋ ଯୁବା’ ନାମକ ଏକ ପୋର୍ଟାଲ୍‍ ଖୋଲାଯାଇଛି। ଏହାଦ୍ୱାରା ଚାକିରି ଖୋଜୁଥିବା ଯୁବବର୍ଗ ଉପକୃତ ହୋଇପାରିବେ। ପାରାଦ୍ୱୀପସ୍ଥିତ ଇଫ୍‍କୋ ସାର କାରଖାନା ପରିସରରେ ଆୟୋଜିତ ଏକ ଉତ୍ସବରେ ଇଫ୍‍କୋର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ଆର୍‍.ପି. ସିଂହ ଏହି ପୋର୍ଟାଲ୍‍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍‍ ଇଣ୍ଡିଆ ଏବଂ ସ୍କିଲ୍‍ ଇଣ୍ଡିଆ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ପୋର୍ଟାଲ୍‍ ଗ୍ରାମୀଣ ଯୁବବର୍ଗଙ୍କୁ ରୋଜଗାର ଦକ୍ଷତା ପ୍ରଦାନରେ ସହାୟକ ହେବ ବୋଲି ଇଫ୍‍କୋ ପକ୍ଷରୁ କୁହାଯାଇଛି। ଏଥିରେ ନାମ ପଞ୍ଜୀକରଣ କରିବା ଓ ଚାକିରି ଖୋଜିବାରେ ଯୁବବର୍ଗଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

Leave A Reply