ଏହି ସ୍ଥାନରେ ଟିକା ନ ନେଲେ ଦେବେ ୩ ଲକ୍ଷ ଟଙ୍କା ଜୋରିମାନା

ଇନା(ଅଷ୍ଟ୍ରିୟା) – ଅଷ୍ଟ୍ରିୟାରେ ଅନେକ ନାଗରିକ କୋଭିଡ୍‌ ଟିକା ନେବା ପାଇଁ ମନା କରୁଛନ୍ତି । ମାତ୍ର କୋଭିଡ୍‌ର ବିଭିନ୍ନ ପ୍ରାରୂପ ଦେଖାଯୁଥିବା ବେଳେ ସଂକ୍ରମଣ ବୃଦ୍ଧି ପାଉଛି । ସଂକ୍ରମଣକୁ ରୋକିବା ପାଇଁ କଟକଣା ସହ ଟିକା କରଣ ଏକ ମାତ୍ର ଉପାୟ । ଅଷ୍ଟ୍ରିୟାରେ ୧୪ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କମାନଙ୍କୁ ଚିକା କରଣ ବାଧ୍ୟତାମୂଳକ କରାଯାଇଛି । ଟିକା ନେବାକୁ ମନା କରୁଥିବା ବ୍ୟକ୍ତିମାନଙ୍କୁ ୩ଲକ୍ଷ ଟଙ୍କା ଜୋରିମାନା କରାଯିବ ବୋଲି ନୂଆ ନିୟମ କରାଯାଇଛି । କେବଳ ଗର୍ଭବତୀ ଏବଂ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି ଚିକିତ୍ସା ସମ୍ବନ୍ଧୀୟ କାରଣରୁ ଟିକା ନେଇ ନଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟକରାଯିବ ନାହିଁ ।

ଅଷ୍ଟ୍ରିୟାର ସ୍ୱାସ୍ଥ୍ୟମନ୍ତ୍ରୀ ଓ୍ୱଲ୍ଫଗାଙ୍ଗ ମୁଇସ୍କେଷ୍ଟେନ୍ ଏହି ସୂଚନା ଦେଇଛନ୍ତି । ଅଷ୍ଟ୍ରେୟାରେ ୬୮ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଭାବରେ କୋଭିଡ୍‌ ଟିକା ନେଇ ସାରିଲେଣି । ଏବେ ୧୪ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟିକା ନ ନେଲେ ଜରିମାନା ଗଣିବେ ବୋଲି ଜଣା ପଡିଛି । ଜରିମାନାର ପରିମାଣ ୩୬୦୦ ୟୁରୋ ବା ୪,୦୭୧ ଡଲାର ବୋଲି ଜଣା ପଡିଛି । ଟିକା ନ ନେଇଥିବା ବ୍ୟକ୍ତିଙ୍କ ଠାରୁ ପ୍ରତି ୩ ମାସରେ ଏହି ଜରିମାନା ଆଦାୟ କରାଯିବ ।

 

ୟୁରୋପରଅନ୍ୟ ଦେଶମାନଙ୍କର ଲୋକମାନେ ଟିକାକରଣରେ ଅଷ୍ଟ୍ରେୟାଠାରୁ ଢେର ଆଗରେ । ଦେଶରେ ଟିକାକରଣ ପ୍ରକ୍ରିୟା ପଛେଇ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୩ ସପ୍ତାହ ତଳେ ଅଷ୍ଟ୍ରିୟାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିଲା । ସେଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ପ୍ରଥମ ୟୁରୋପୀୟ ଦେଶ ଭାବେ ଅଷ୍ଟ୍ରିୟା ଏହି ପଦକ୍ଷେପ ଗ୍ରହଣ କରିଛି ।

Comments are closed.