ଚୀନକୁ ଫିଲିପାଇନ୍ସର ଚେତାବନୀ: ଆକ୍ରମଣ କଲେ ଡ଼ାକିବୁ ଆମେରିକା ସେନା ଦେଶ-ବିଦେଶନିଉଜ ଆଲର୍ଟ By Tapas Nanda Last updated Aug 27, 2020 Share ମାନିଲା: ଗତ କିଛିମାସ ହେଲା ଦକ୍ଷିଣ ଚୀନ ସାଗରରେ ଚୀନର ଆଧିପତ୍ୟ ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଶ୍ବ ସମୁଦାୟ ଚୀନ ଉପରେ ଚାପ ପକାଇ ଆସୁଛନ୍ତି । ମାତ୍ର ଚୀନ ଏହାକୁ ଖାତିର କରୁନାହିଁ । ଏହି ସ୍ଥିତିରେ ଛୋଟିଆ ଦେଶ ଫିଲିପାଇନ୍ସ ଚୀନକୁ ଚେତାବନୀ ଦେଇଛି । ଦକ୍ଷିଣ ଚୀନ ସାଗରରେ ଯଦି ଫିଲିପାଇନ୍ସର ନୌସେନା ଜାହାଜ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକା ସେନାକୁ ଡ଼ାକିଆଣିବୁ ବୋଲି ଫିଲିପାଇନ୍ସ ବିଦେଶମନ୍ତୟୀ ଟେଓଡ଼ୋରୋ ଲେକାସିନ ଚେତାବନୀ ଦେଇଛନ୍ତି । Related Posts ୨୪ ଘଣ୍ଟାରେ ଦେଶରେ ୧୮,୭୧୧ ନୂଆ କରୋନା… Mar 7, 2021 ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଧୋନୀ,… Mar 7, 2021 ବୁଧବାର ଟେଓଡ଼ୋରୋ କହିଛନ୍ତି ଯେ ଚୀନ ଯଦି ଆକ୍ରମଣ କରେ ତେବେ ଫିଲିପାଇନ୍ସ ଆମେରିକା ସହ ପ୍ରତିରକ୍ଷା ବୁଝାମଣା ଲାଗୁ କରିବାକୁ ବାଧ୍ୟ ହେବ । ଏହା ପୂର୍ବରୁ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ଼୍ରିଗୋ ଡ଼ୁଟେର୍ଟ ଆମେରିକାଠାରୁ ତାଙ୍କ ସରକାର କୌଣସି ସହାୟତା ମାଗିବ ନାହିଁ ବୋଲି କହିଥିଲେ ହେଁ ପରିବର୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ନିଜର ରଣନୀତି ବଦଳାଇଥିବା ମନେ କରାଯାଉଛି । ଫିଲିପାଇନ୍ସ ବିଦେଶମନ୍ତ୍ରୀ କହିଛନ୍ତି ଯେ ଚୀନର ଚେତାବନୀ ସତ୍ବେ ଫିଲିପାଇନ୍ସର ବାୟୁସେନା ଦକ୍ଷିଣ ଚୀନ ସାଗର ଦେଇ ଅତିକ୍ରମ କରୁଛି ଓ କରିବ । ଏହାକୁ ଚୀନ ଅବୈଧ ବୋଲି କହୁଛି । ମାତ୍ର ପ୍ରଥମରେ ଆନ୍ତର୍ଜାତିକ ନ୍ୟାୟାଳୟରେ ଚୀନ ଏହି ପ୍ରସଙ୍ଗରେ ପରାଜିତ ହୋଇଛି । ତଥାପି ଚୀନ ନିଜର ମନୋଭାବ ପରିବର୍ତନ କରୁନାହିଁ । ଯଦି ଏପରି କାର୍ଯ୍ୟ ଅବ୍ୟାହତ ରହେ ଓ କୌଣସି ପରିସ୍ଥିତିରେ ଫିଲିପାଇନ୍ସ ଜାହାଜ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକାକୁ ସହାୟତା ପାଇଁ ଡ଼ାକିବୁ ବୋଲି ବିଦେଶ ମନ୍ତ୍ରୀ ଲୋକାସିନ୍ କହିଛନ୍ତି । ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଚୀନ ଦକ୍ଷିଣ ଚୀନ ସାଗରେ ୪ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା । ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଥିବା କୁହାଯାଉଛି । Share FacebookTwitterWhatsApp