ବିଜେପି ଆସିଲେ ନିତୀଶ ହେବେ ବିହାରର ପରବର୍ତୀ ମୁଖ୍ୟମନ୍ତ୍ରୀ – ଅମିତ୍ ଶାହ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ପାଏ ତେବେ ମଧ୍ୟ ନିତୀଶ କୁମାର ବିହାରର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏକ ଟେଲିଭିଜନ୍ ଚାନେଲ୍ ସହ ସାକ୍ଷାତକାର ବେଳେ ଶାହ କହିଛନ୍ତି, ନିର୍ବାଚନରେ ଏନ୍ଡିଏ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବ। ସେ କହିଛନ୍ତି ବିହାରରେ ନିତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ସାଧାରଣରେ ଘୋଷଣା କରିଛି। ସେ ନେଇ ଆଉ କୌଣସି ଦ୍ୱିମତ ନାହିଁ ବୋଲି ଶ୍ରୀ ଶାହ ସ୍ପଷ୍ଟ କରିଛନ୍ତି।
ବିହାରରେ ଶାସକ ଦଳ ସହ ଲୋକ ଜନଶକ୍ତି ପାର୍ଟି ମେଂଟ ଭାଙ୍ଗିବା ପ୍ରସଙ୍ଗକୁ ନେଇ ଶାହ କହିଛନ୍ତି ଯେ ଏଲଜେପିକୁ ଯଥାର୍ଥ ସଂଖ୍ୟାରେ ଆସନ ଦିଆଯାଇଥିଲେ ମଧ୍ୟ ସେହି ଦଳ ମେଂଟରୁ ଓହରି ଯାଇଥିଲା। ଏଲଜେପି ଏନ୍ଡିଏକୁ ଫେରିବାର ସମ୍ଭାବନା ସମ୍ପର୍କରେ ବିହାର ନିର୍ବାଚନ ପରେ ହିଁ ଚିନ୍ତା କରାଯିବ ବୋଲି ଶାହ କହିଛନ୍ତି।