ରୋଗୀ ମୁହଁରେ ହସ ଫୁଟାଇ ପାରିଲେ ସେବିକା ଜୀବନ ସାର୍ଥକ ହେବ – ନିରଞ୍ଜନ ରଥ

ଗୋପବନ୍ଧୁ ନର୍ସିଂ କଲେଜର ଶେଷବର୍ଷ ଜିଏନଏମ ଓ ଏଏନଏମ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ରୋଗୀ ମୁହଁରେ ଜିଇଁବାର କଳା ଭରିଦେଇ ସେମାନଙ୍କ ମୁହଁରେ ଖିଲିଖିଲି ହସ ଫୁଟାଇଲେ ସେବିକା ଜୀବନ ସାର୍ଥକ ହେବା ସହିତ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରିବେ ବୋଲି ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ନର୍ସିଂ କଲେଜର ଶେଷ ବର୍ଷ ଏଏନଏମ ଓ ଜିଏନଏମ ବିଦ୍ୟାର୍ଥୀଙ୍କ ବିଦାୟ କାଳୀନ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଦାୟ କାଳୀନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରଥ କହିଥିଲେ ସେବା ଓ ଶୁଶ୍ରୁଷା ମାଧ୍ୟମରେ ରୋଗୀଙ୍କ ହୃଦୟର ଭାଷା ଓ ଭାବ ବୁଝି ସେବା ଯୋଗାଇଦେଲେ ସେବିକାମାନେ ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇପାରିବେ। ନର୍ସିଂ କଲେଜର ଅଧ୍ୟକ୍ଷ ଡଃ ଚିନ୍ନା ଚିଦିୟାନ୍ ଏନ୍ କହିଥିଲେ। ପ୍ରତ୍ୟେକ ସେବିକା ସମୟାନୁବର୍ତ୍ତିତା, ସଂଜମତା, ସହନଶୀଳତା ଓ ସେବା ଭାବାପନ୍ନ ହୋଇ କାର୍ଯ୍ୟକ୍ଷେତ୍ରରେ କର୍ତ୍ତବ୍ୟ ସଂପାଦନ କରିବା ଆବଶ୍ୟକତା। ଏହା ଦ୍ୱାରା ନିଜର ମହନୀୟ ସେବା ରୋଗୀ ମୁହଁରେ ହସ ଫୁଟାଇବା ସହିତ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଅନୁଷ୍ଠାନର ପ୍ରତ୍ୟେକ ବିଦ୍ୟାର୍ଥୀ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକରିବା ନିମନ୍ତେ ପରାମର୍ଶ ଦେଇଥିଲେ ଓ ସେବିକାର ଧର୍ମ ଓ ଗାରିମାକୁ ବଜାୟ ରଖିବା ନିମନ୍ତେ କହିଥିଲେ। ବିଦାୟୀ ବିଦ୍ୟାର୍ଥୀମାନେ ନିଜର ଅନୁଭୂତି ବର୍ଣ୍ଣନା କରି ଗୋପବନ୍ଧୁ ନର୍ସିଂ କଲେଜ କେବଳ ଯେ ଏକ ଶିକ୍ଷାନୁଷ୍ଠାନ ଯାହାକି ଏକ ଅନୁଷ୍ଠାନ ଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବା ପାଇଁ, ଶୃଙ୍ଖଳିତ ଜୀବନଚର୍ଯ୍ୟା, ପରମ୍ପରା, ସଂସ୍କୃତି, ଭାଇଚାରା, ବନ୍ଧୁତ୍ୱ, ପରିବେଶ ସବୁ କ୍ଷେତ୍ରରେ ଆମକୁ ଗଢିତୋଳିବାରେ ସକ୍ଷମ ହୋଇଛି। ଅନୁଷ୍ଠାନ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରଦ୍ଧା, ସ୍ନେହ ନିଜ ପିଲାଭଳି ଆତ୍ମୀୟତାଭରା ଭାବ ଆମକୁ ଚିରଦିନ ପାଇଁ ଋଣି କରିଦେଇଛି ବୋଲି କହିଥିଲେ। ଏପରିକି ବିଦ୍ୟାର୍ଥୀମାନେ ଅନୁଭୂତି ବର୍ଣ୍ଣନା କଲାବେଳେ କୋହ ସମ୍ବରଣ କରିପାରିନଥିଲେ। କନିଷ୍ଠ ଶ୍ରେଣୀର ବିଦ୍ୟାର୍ଥୀମାନେ ଆମ ସଂସ୍କୃତି ପରମ୍ପରା ଅନୁଯାୟୀ ବିଦାୟୀ ବିଦ୍ୟାର୍ଥୀମାନଙ୍କୁ ଲୋତକପୂର୍ଣ୍ଣ ନୟନରେ ବିଦାୟ ଦେବା ସହ ସେମାନଙ୍କ ଶୁଭକାମନା କରିଥିଲେ। ବରିଷ୍ଠ ଅଧ୍ୟାପିକା ମେଲବା ସୁଇଟ ସହାୟ , ଅଧ୍ୟାପିକା ପ୍ରତ୍ୟାଶା ଦେବତା, ଅଧ୍ୟାପିକା ବି.କେ ଶୁଭଲକ୍ଷ୍ମୀ ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Comments are closed.