ମାଲକାନଗିରିରେ ଆଇଡି ବିସ୍ଫୋରଣ; ଜଣେ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ସପ୍ତଧାରା ନଦୀ ନିକଟରେ ସୋମବାର ଆଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସୋମବାରରେ ମାଲକାନଗିରି ଜୟପରର ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। ସେହି ସମୟରେ ଏକ ଆଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ଆଇଡି ମାଓବାଦୀଙ୍କ ଦ୍ବାରା ଲଗା ଯାଇଥିବା ସୂଚନା ମିଳିଛି ।

Comments are closed.