ମଣିପୁରରେ ଆଇଇଡି ବିସ୍ଫୋରଣ, ଆତଙ୍କବାଦୀଙ୍କ ହାତ ସନ୍ଦେହ

ଇମ୍ଫାଲ: ମଣିପୁରର ରାଜଧାନୀ ଇମ୍ଫାଲର ପଶ୍ଚିମାଞ୍ଚଳରେ ଗୁରୁବାର ସକାଳେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଇମ୍ଫାଲର ନାଗମପାଲ ରିମ୍ସ ରୋଡ୍‌ରେ ହୋଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ରାସ୍ତାପାର୍ଶ୍ଵର ଏକ ଦୋକାନ ନିକଟରେ ବିସ୍ଫୋରଣ ଘଟିଥିବାବେଳେ ଏଥିରେ ଉକ୍ତ ଦୋକାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଖବରପାଇ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Comments are closed.