ଝାଡଖଣ୍ଡର ପଶ୍ଚିମ ସିଂହଭୂମର ଜଙ୍ଗଲରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଶହୀଦ , ୩ ଆହତ

ଝାଡଖଣ୍ଡ : ଝାଡଖଣ୍ଡର ପଶ୍ଚିମ ସିଂହଭୂମର ହୋୟାତୁ ଗାଁର ଜଙ୍ଗଲରେ ଗୁରୁବାର ଆଇଇଡି ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି। ବିସ୍ଫୋରଣ ସକାଳ ୮ଟା୪୫ରେ ଘଟିଛି। ଶହୀଦ ୨ ଯବାନ ଝାଡଖଣ୍ଡ ରାଜ୍ୟ ପୁଲିସର ବୋଲି ଜଣାପଡିଛି। ଏହାସହ ୩ ଆହତ ଯବାନଙ୍କ ମଧ୍ୟରୁ ୨ ଝାଡଖଣ୍ଡ ରାଜ୍ୟ ପୁଲିସ ଓ ଅନ୍ୟ ଜଣେ ସିଆପିଏଫର ୧୯୭ ବାଟାଲିୟନର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.