ଭୁବନେଶ୍ୱର ସମେତ ୪ ସହରରେ ‘ଆଇଡିପି ଏଜୁକେସନ’ର ନୂଆ ଶାଖା

ଭୁବନେଶ୍ୱର : ଅନ୍ତର୍ଜାତୀୟ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ‘ଆଇଡିପି ଏଜୁକେସନ’ ୪ଟି ସହରରେ ତା’ର ନୂଆ ଶାଖା ଆରମ୍ଭ କରିଛି । ଡେରାଡୁନ, ଭୁବନେଶ୍ୱର, ଭୋପାଳ ଓ ରାଜକୋଟରେ ଏହାର ସ୍ଥାୟୀକେନ୍ଦ୍ର ଶୁଭାରମ୍ଭ ହୋଇଛି । ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏହା ସହାୟତା କରୁଛି । ଏବେ ସୁଦ୍ଧା ମୋଟ ୪୪ଟି ସହରରେ ଆଇଡିପିର ଶାଖା ଖୋଲିସାରିଲାଣି । ଦ୍ୱିତୀୟ ଓ ତୃତୀୟ ବର୍ଗର ସହରରେ ରହୁଥିବା ଅନେକ ଛାତ୍ରଛାତ୍ରୀଙ୍କର ବିଦେଶରେ ପଢ଼ିବାର ଅଭିଳାଷ ଏହା ଦ୍ୱାରା ପୂରଣ ହୋଇପାରୁଛି । ଶିକ୍ଷା ଆହରଣ ସହିତ ନିଯୁକ୍ତି ସୁଯୋଗ ହାସଲରେ ମଧ୍ୟ ଏହା ସହାୟତା କରୁଛି । ଗତ ୫୦ ବର୍ଷ ଭିତରେ ପ୍ରାୟ ୫୦ ଲକ୍ଷ ଛାତ୍ରଛାତ୍ରୀ ଆଇଡିପି ଏଜୁକେସନ ମାଧ୍ୟମରେ ନିଯୁକ୍ତି ପାଇଥିବା ଏହି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଅଷ୍ଟ୍ରେଲିଆ, ବ୍ରିଟେନ, ଆମେରିକା, କାନଡା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡରେ ଥିବା ୮ଶହ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଆଇଡିପିସହ ଅନୁବନ୍ଧିତ ଅଛନ୍ତି ।

Comments are closed.