ହନୁମାନ କ୍ରୀଡ଼ାବିତ ଥିଲେ: ଚେତନ ଚୌହ୍ୱାନ

0

ନୂଆଦିଲ୍ଲୀ: ତ୍ରେତୟା ଯୁଗରେ ଜନ୍ମ ନେଇଥିବା ଶ୍ରୀହନୁମାନଙ୍କ ଜାତି ଓ ବର୍ଗକୁ ନେଇ ଗତ କିଛି ଦିନ ହେଲା ବିତର୍କ ଓ ବିବାଦ ସୃଷ୍ଟି ହୋଇଛି। ହନୁମାନଙ୍କୁ ଆଦିବାସୀ ଓ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଅଭିହିତ କରିବା ପରେ ଏବେ ସେ ଜଣେ କ୍ରୀଡ଼ାବିତ ବୋଲି ପରିଚୟ ଦେବାକୁ ଉଦ୍ୟମ ହୋଇଛି। ପ୍ରଭୁ ହନୁମାନଙ୍କ ଏହି ନୂଆ ପରିଚୟ ଉପରେ ଆଲୋକପାତ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଚେତନ ଚୌହ୍ୱାନ।
ଶ୍ରୀ ଚୌହ୍ୱାନ କହିଛନ୍ତି ଯେ ପ୍ରଭୁ ହନୁମାନ ଶତ୍ରୁମାନଙ୍କୁ କୁସ୍ତିି ଯୁଦ୍ଧରେ ସଂହାର କରୁଥିଲେ। ଆଜି ମଧ୍ୟ ଭାରତର କ୍ରୀଡ଼ାବିତମାନେ ଶକ୍ତି ଓ ବିଜୟ ପାଇଁ ହନୁମାନଙ୍କୁ ଆରାଧନା କରୁଛନ୍ତି। ଖେଳାଳିମାନେ ହନୁମାନଙ୍କୁ ଜାତିଆଣ ବିବାଦ ଯୋଗୁଁ ଆରଧନା କରୁନାହାନ୍ତି। କିନ୍ତୁ ପ୍ରଭୁ ହନୁମାନଙ୍କ କୌଣସି ଜାତି ନାହିଁ, ସେ ଭଗବାନ ବୋଲି କହିଛନ୍ତି ଶ୍ରୀ ଚୌହ୍ୱାନ।

Leave A Reply