ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ

ଯାଜପୁର : ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିିଙ୍ଗୀମାନେ ସମାଜର ଏକ ଅଙ୍ଗ । ସେମାନଙ୍କର ପରିଚୟ ଓ ସୁରକ୍ଷା ପାଇଁ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଗୁରୁବାର ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କ ଅନୁମୋଦନ କ୍ରମରେ ଟ୍ରନ୍ସଜେଣ୍ଡର ପରିଚୟପତ୍ର ଚିନୁ ସାହୁଙ୍କୁ ପ୍ରଦାନ କରାଯାଇଛି । ଯାଜପୁର ରୋଡରେ ରହୁଥିବା ଚିନୁ ଏହି ପରିଚୟପତ୍ରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରାଙ୍କ ସହଯୋଗରେ ପାଇଥିବାରୁ ଖୁସିବ୍ୟକ୍ତ କରିଥିଲେ । ଏହି ପରିଚୟପତ୍ର ଦ୍ୱାରା ସେମାନେ ନିଜକୁ ବିଭିନ୍ନ ସ୍ଥାନରେ ପରିଚିତ କରାଇବା ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟବହୃତ କରିପାରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏହି ପରିଚୟପତ୍ରକୁ ଚିନୁଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ବିଭାଗୀୟ କର୍ମଚାରୀ ବୈଦ୍ୟନାଥ ବିଶ୍ୱାଳ, ସେହ୍ନାଶିଷ ମିଶ୍ର, ଭଗବାନ ଜେନା ପ୍ରମୁଖ ଏହି ପରିଚୟପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Comments are closed.