ଇଦ୍‌ରେ ତାଲିବାନ୍‌ ସହ ଅସ୍ତ୍ର ବିରତି ଘୋଷଣା କଲେ ଆଫଗାନିସ୍ଥାନ ସରକାର

0

କାବୁଲ.- ଇଦ୍‌ ଛୁଟି ସମୟରେ ତାଲିବାନ ସହ ଆଫଗାନିସ୍ଥାନ ସରକାର ଅସ୍ତ୍ର ବିରତି ଘୋଷଣା କରିଛନ୍ତି । ଚାରିଦିନ ପର୍ଯ୍ୟନ୍ତ ତାଲିବାନ ସହ ଏହି ଅସ୍ତ୍ରବିରତି ଘୋଷଣା କରାଯାଇଥିବା ଆଫଗାନିସ୍ଥାନ ସରକାରଙ୍କ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ସୂଚନା ଦେଇଛନ୍ତି । ତାଲିବାନ ବି ଏହି ଖବରକୁ ସ୍ୱୀକାର କରିଛି ।

ତାଲିବାନ ବନ୍ଧକ ରଖିଥିବା ଅଧିକାଂଶ ନାଗରିକଙ୍କୁ ମୁକ୍ତ କରିବା ବୋଲି କହିଛି । ଏବେ ବି  ଆଫଗାନିସ୍ଥାର ଅନେକ ଅଞ୍ଚଳରେ ତାଲିବାନ ସହ ଆଫଗାନିସ୍ଥାନ ସେନା  ଓ ନାଟୋ ସେନାର ସଂଘର୍ଷ ଲାଗି ରହିଛି । ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ଆଫଗାନିସ୍ଥାନରେ ୧୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଯୁଦ୍ଧ ଓ ବୋମା ବିସ୍ପୋରଣ ଯୋଗୁଁ  ହୋଇଥିବା ଜାତିସଂଘ ଏକ ରିପୋର୍ଟରେ କହିଛି ।

Leave A Reply