ଫେବୃୟାରୀ ୩ରୁ ଆଇସିଏସଇ ଦ୍ବାଦଶ ଓ ୨୭ରୁ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଫେବୃୟାରୀ ମାସରେ କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ(ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଦ୍ବାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଫେବୃୟାରୀ ୩ ତାରିଖରୁ ଆଇସିଏସଇ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସେହିମାସ ୨୭ ତାରିଖରୁ ଦଶମ ପରୀକ୍ଷା ଆରମ୍ଭ ହେବ। ଏ ନେଇ ସିଆଇସିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

ଆଇସିଏସଇ ଦ୍ବାଦଶ ପରୀକ୍ଷା ଫେବୃୟାରୀ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ। ସେହିପରି ଦଶମ ପରୀକ୍ଷା ଫେବୃୟାରୀ ୨୭ରୁ ଆରମ୍ଭ ହୋଇଛ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ମେ ମାସ ପ୍ରଥମ ସପ୍ତାହରେ ଫଳାଫଳ ପ୍ରକାଶ ପାଇବ ବୋଲି ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଫେବୃୟାରୀ ୧୫ରୁ ପରୀକ୍ଷା କରାଯିବ।

Comments are closed.